ସ୍କୁଲ ସମ୍ମୁଖରେ ବଡ ବଡ ଗାତ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହା କଲନୀ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ରାସ୍ତାର ଡ୍ରେନ ପାଖକୁ ଲାଗି ଖୋଳା ହୋଇଛି ବଡ ବଡ ଖାତ । ଏହି ଖାତ କାହିଁକି ଓ କେଉଁ ଉଦେଶ୍ୟରେ ଖୋଳା ଯାଇଛି ଏ ବିଷୟରେ କାହାରିକୁ ଜଣା ନଥିବା ଗ୍ରାମର ଲୋକେ କହିଛନ୍ତି ।

ବିଶ୍ବ ମହାମାରୀ କରୋନା ପାଇଁ ବନ୍ଦ ରହିଛି ପ୍ରାଥମିକ ବିଦ୍ୟାଳୟ ଆଗକୁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଖୋଲିବାର ଲକ୍ଷ୍ୟ ରଖିଛନ୍ତି ସରକାର, ହେଲେ ଏହି ସ୍କୁଲ ସାମ୍ନାରେ ଏହି ଖାତରେ ପଡି କୌଣସି ଛୋଟ ପିଲା ଛାତ୍ର ଛାତ୍ରୀ ଯେମିତି ବିପଦର ସମ୍ମୁଖିନ ନ ହୁଅନ୍ତି ସେ ଦିଗରେ ଲକ୍ଷ୍ୟ ରଖି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।।

Comments (0)
Add Comment