ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମର ଫ୍ରେଣ୍ଡସ୍ କ୍ଲବ୍ ପକ୍ଷରୁ ୧୪ ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଫ୍ରେଣ୍ଡସ୍ କ୍ରିକେଟ୍ କ୍ଲବ୍ ର ସଭାପତି ପିଙ୍କୁ ଦିପ ଏବଂ ସମ୍ପାଦକ ସୋନୁ ନାୟକ ଙ୍କ ତତ୍ବାବଧାନରେ ଆଜିର ପ୍ରଥମ ଲିଗ୍ ମ୍ୟାଚ୍ ରେ ନୂଆପଡ଼ା ଏବଂ କୁଣ୍ଡେଇଗୋଳା ମଧ୍ୟରେ ଖେଳ ରହିଥିଲା। ନୂଆପଡ଼ା କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ ୪ ଓ୍ବେଇକେଟ ହରାଇ ୩୭ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ କୁଣ୍ଡେଇଗୋଳା କ୍ରିକେଟ କ୍ଲବ୍ ୩ ଓ୍ବେଇକେଟ ହରାଇ ୩୮ ରନ୍ ସଂଗ୍ରହ କରି ବିଜୟତା ହାସଲ କରିଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମର ମାଁ କାଳୀ ମନ୍ଦିର ପୂଜକ ଗୋକୁଳାନନ୍ଦ ନାୟକଙ୍କ ପୋୖରାହିତ ରେ ପ୍ରଥମେ ଖେଳ ପଡିଆ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପଳସମା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶୁଶିଲ କୁମାର ଫିତା କାଟି ଖେଳ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଧୁବେଇଧର ଦୀପ, ପ୍ରାଣବନ୍ଧୁ ନାୟକ, ମନୋରଞ୍ଜନ ବାରିକ୍ , ଦେବାନନ୍ଦ ଦୀପ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ, କେଶବ ସେଠୀ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ଭାସ୍କର ସେଠୀ, ଗ୍ରାମର ଅଙ୍ଗନୱାଡି କର୍ମୀ ପୂଜା ଦେହୁରୀ, ଓ୍ବାଡମେମ୍ବର ବବିତା ସେଠୀ, ଓ ଅଙ୍ଗନୱାଡ଼ି କର୍ମୀ ସଂଯୁକ୍ତା ସାହୁ ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳ ପରିଚାଳନା ବୁଲୁ ନାୟକ ଓ ପିଙ୍କୁ ଦୀପ ତୁଲାଇଥିବା ବେଳେ ଭାଷଣବାଜୀ ରେ ରାମ ଦୀପ ଓ ସ୍କୋର ବୋର୍ଡ ରେ କାହ୍ନା ନାୟକ ରିଙ୍କୁ ଦୀପ, ତପେସ ପାରଧିଆ, ଆଦିତ୍ୟ ଦୀପ ପ୍ରମୁଖ ଓ କ୍ଲବ୍ ର ସମସ୍ତ ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଖେଳାଳି ମାନଙ୍କୁ ଆଗାମୀ ଦିନରେ କେମିତି ଆହୁରି ଭଲ ଖେଳ ପ୍ରଦର୍ଶନ କରିବେ ସେ ବିଷୟରେ ମତବ୍ୟକ୍ତବ ରଖିଥିଲେ।