ଆଦର୍ଶ ବିଦ୍ୟାଳୟ କୋଠା ସାଜିଛି ଭୂତ କୋଠି

ଦେବଗଡ଼ (କୋଶଲ ନ୍ୟୁଜ୍):- କୋଟି କୋଟି  ଟଙ୍କାରେ  ନିର୍ମିତ ସରକାରୀ ଛାତ୍ରୀନିବାସ ଓ ଛାତ୍ରାବାସ ଏବେ ପାଲଟି ଯାଇଛି ଭୂତ କୋଠି ଏବଂ ମଦୁଆ ଙ୍କ ଆଡ୍ଡା ସ୍ଥଳୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରେ ଥିବା ଆଦର୍ଶ ମହାବିଦ୍ୟାଳୟର ଅବସ୍ଥା । କୋଟି କୋଟି ଟଙ୍କାରେ ନିର୍ମିତ ହେଇଥିବା ଛାତ୍ରାବାସ ଓ ଛାତ୍ରୀନିବାସ ର ଦୃଶ୍ୟ ଜିଲ୍ଲା ର କଣ ଅନୁ କୋଣରୁ ଶିକ୍ଷାଲାଭ ପାଇଁ ଆସୁଛନ୍ତି ହାଜର ହାଜର ଛାତ୍ରଛାତ୍ରୀ । କିନ୍ତୁ ପରିତାପର ବିଷୟ ଛାତ୍ରଛାତ୍ରୀ ମାନଙ୍କର ରହିବା ପାଇଁ କୌଣସି ସୁବିଧା ନ ଥିବାରୁ କିଛି ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଠାରୁ ଦୁଇ କିଲୋମିଟର ଦୂରତାରେ ଥିବା ଦେବଗଡ଼ ସହର ରେ ଘରଭଡା ନେଇ ରହୁଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ବସ ଦ୍ବାରା ସବୁଦିନ ଯିବା ଆସିବା କରୁଛନ୍ତି । ଏଭଳି ଅବ୍ୟବସ୍ଥା ଭିତରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସରକାର ଙ୍କ ତରଫରୁ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ତିଆରି ହେଇଥିବା ଛାତ୍ରାବାସ ଓ ଛାତ୍ରୀନିବାସ କାର୍ଯ୍ୟକ୍ଷମ ନ ହେବାରୁ ତାହା ଏବେ ପାଲଟି ଯାଇଛି ମଦୁଆ ମାନଙ୍କ ଆଡ୍ଡାସ୍ଥଳୀ ଓ ଭୁତ କୋଠି । କିନ୍ତୁ ପ୍ରଶାସନର ଏଥିପ୍ରତି କୌଣସି ଦୃଷ୍ଟି ନ ଥିବାରୁ ଛାତ୍ର ଛାତ୍ରୀଙ୍କ ମହଲ ରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି ।

Comments (0)
Add Comment