ଶିଶୁ ଅଧିକାର ସମ୍ପର୍କରେ ସଚେତନତା ପାଇଁ ନିଆରା ପ୍ରୟାସ“ଶିଶୁ ଦୃଶ୍ୟମ”

ଦେବଗଡ଼ (କୋଶଲ ନ୍ୟୁଜ୍) :- ଶିଶୁମାନଙ୍କୁ ତଥା ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ କାମ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ , ସ୍ଵେଚ୍ଛାସେବୀ ଅନୁଷ୍ଠାନ , ପୋଲିସ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକଙ୍କ ସଚେତନତା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଇନା ଅନୁଷ୍ଠାନର ବୈଷୟିକ ସହାୟତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଶିଶୁ ଅଧିକାର ସମ୍ପର୍କିତ ଚଳଚିତ୍ର ଉତ୍ସବ – “ଶିଶୁ ଦୃଶ୍ୟମ” ଆୟୋଜିତ ହୋଇଯାଇଛି I ଏହି ଶିଶୁ ଚଳଚିତ୍ର ଉତ୍ସବରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ୪୦୦ର ଉର୍ଦ୍ଧ ଶିଶୁ ଚତ୍ର ଛାତ୍ରୀ ଯୋଗ ଦେଇ ଶିଶୁ ଚଳଚିତ୍ର ଗୁଡିକର ମଜା ନେଇଥିଲେ I ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ସଭାପତିତ୍ଵ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିବା ଏହି ଶିଶୁ ଚଳଚିତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ୍ୟ କୌଶିକ ପ୍ରଧାନ , ପୌର ପରିଷଦ ଅଧକ୍ଷ୍ୟା ଶାନ୍ତି ମଞ୍ଜରି ଦେଇ , ଦେବଗଡ ଆରକ୍ଷୀ ଅଧିକ୍ଷକ ଅନିଲ ମିଶ୍ର , ଭୁବନେଶ୍ବର ଆଇନI ଅନୁଷ୍ଠାନର ନିର୍ଦେଶିକା ସ୍ନେହ ମିଶ୍ର , ସିଡବ୍ଲୁସି ଅଧକ୍ଷ୍ୟା ପିଙ୍କିରାଣୀ ନନ୍ଦ , ଜୁଭେନାଇଲ ବୋର୍ଡ ସଦସ୍ୟ ଗାୟତ୍ରୀ ଦିବେଦୀ , ସିଡବ୍ଲୁସୀ ସଦସ୍ୟ କୁମୁଦ ଶତପଥୀ , ସିଡବ୍ଲୁସୀ ପୂର୍ବତନ ଅଧକ୍ଷ୍ୟ ତଥା ଲୋକପାଳ ଅତୁଲ୍ୟ ପୂଜାରୀ , ବରିଷ୍ଠ ଅଭିନେତା ତଥା ଆଇନଜୀବୀ ମନୋଜ ପାଢୀ , ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଦିଲୀପ ଗୁରୁ , ଜିତା ଅନୁଷ୍ଠାନର ସମ୍ପାଦିକା ଅନୁପମା ରାଉତ , ଓଡିଶା ରାଜ୍ୟ ସଙ୍ଗୀତ ନାଟକ ଏକାଡେମି ସଦସ୍ୟ ହେମନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ I ଶିଶୁ ଅଧିକାର ତଥା ସରକାରଙ୍କ ବିଭିନ୍ନ ଆଇନ ଓ ଅଧିନିୟମ ସମ୍ପର୍କିତ ମୋଟ ୫୦ ଗୋଟି କ୍ଷୁଦ୍ର ଶିଶୁ ଚଳଚିତ୍ର ପ୍ରଦର୍ଶନ କରଯାଇଥିଲା I ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟବସ୍ତୁ ଯଥା ବାଲ୍ୟ ବିବାହ , ଶିଶୁ ଶ୍ରମିକ , ଶିଶୁ ଚାଲାଣ , ଶିଶୁ ଯୌନ ଅପରାଧ ଆଦି ଉପରେ ପର୍ଜାବେଶିତ  ବିଭିନ୍ନ ଚଳଚିତ୍ର ନିର୍ମାତାଙ୍କ ଚଳଚିତ୍ର ଯଥା ଅଲକ୍ଷ୍ମୀ , ଅIଜିଠୁ ଏକାଠି , ଖୁସି , ବଚପାନ , କ୍ଷୀର , ସାବାସ ବିଜୁ , ଆଇ ଏମ କାଲାମ , ନାଗାବଳିର ଅଭିମାନ ଇତ୍ୟାଦି ପିଲାମାନେ ଭରପୁର ଉପଭୋଗ କରିଥିଲେ I ଏହି ଅବସରରେ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ଶିଶୁ ଚଳଚିତ୍ର “ଡେଣା”ର ସ୍ଵତନ୍ତ୍ର ପ୍ରଦର୍ଶନ ହୋଇଥିଲା ଓ  ଭୁବନେଶ୍ବରରୁ ଆସିଥିବା ଏହି ଚଳଚିତ୍ରର ନିର୍ମାତା ସନ୍ତୋଷ ପଣ୍ଡାଙ୍କୁ ଶିଶୁ ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରଯାଇଥିଲା I ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ପ୍ରସ୍ତାବ କ୍ରମେ ଆସନ୍ତା ଦିନରେ  ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ଶିଶୁମାନଙ୍କ ସ୍ଵତନ୍ତ୍ର ତାଲିମ ପାଇଁ ଏକ କାର୍ମଶାଳା ଆୟୋଜନର ଦାଇତ୍ଵ ବିଧାୟକ ଶ୍ରୀ ବିଶ୍ଵାଳ ହାତକୁ ନେଲେ I ଏହି ଶିଶୁ ଚଳଚିତ୍ର ଉତ୍ସବକୁ ପରିଚାଳନା କରିଥିଲେ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ , କ୍ରାନ୍ତିମଞ୍ଜରି , ଦେବରଞ୍ଜନ ପ୍ରଧାନ , ଶ୍ରୀଦତ୍ତ ସାହୁ , ଆକ୍ସନଆଡ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ମହାପାତ୍ର , ସପୋର୍ଟ ଶିଶୁ ଗୃହର ନିର୍ଦେଶକ ଚନ୍ଦ୍ର ଶେଖର ସାହୁ I

Comments (0)
Add Comment