ଜଙ୍ଗଲରୁ ଉଦ୍ଧାର ହେଲା ୩ ମାସର ଶିଶୁପୁତ୍ର

ଦେବଗଡ଼: (କୋଶଲ ନ୍ୟୁଜ) ଜଙ୍ଗଲରୁ ଉଦ୍ଧାର ହେଲା ୩ ମାସର ଏକ ଶିଶୁପୁତ୍ର ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ ।ଜଙ୍ଗଲରୁ ଉଦ୍ଧାର ହେଲା ୩ ମାସର ଏକ ଶିଶୁପୁତ୍ର । ଜଙ୍ଗଲରେ ଶିଶୁଟିର କାନ୍ଦିବା ଶବ୍ଦ ଶୁଣି ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ମସିନ୍ତା ଜଙ୍ଗଲରେ । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ମସିନ୍ତା ଜଙ୍ଗଲରେ ସ୍ଥାନୀୟ ଲୋକମାନେ ଶିଶୁଟିର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ । ଗ୍ରାମର କିଛି ଲୋକ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏକ ଗଛ ମୂଳେ ୩ ମାସର ଏକ ଶିଶୁପୁତ୍ର ଉଦ୍ଧାର କରିବାରେ ସକ୍ଷମ ହୋଇଥିବା । ଏବଂ ପରେ ଶିଶୁପୁତ୍ର ଟିକୁ ଗ୍ରାମର ବିର୍ଷା ଝୁରି ନାମକ ମହିଳାଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ସକାଳେ ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଅବଗତ କରିଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇ ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସମେତ ଚାଇଲ୍ଡ ଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ ଶିଶୁଗୃହ ପରାମର୍ଶ ଦାତା ସୁଭଦ୍ରା ସାହୁ ଓ ବାରକୋଟ ଥାନା ଅଧିକାରୀ ଏଏସଆଇ ଦେବବ୍ରତ ନାଏକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶିଶୁପୁତ୍ର ଟିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଉଦ୍ଧାର ଶିଶୁପୁତ୍ରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଶିଶୁଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଆସନ୍ତା ୩୦ ତାରିଖ ମଧ୍ୟରେ ଏହି ଶିଶୁଟିର ଦାବିଦାର ନ ଆସନ୍ତି ତେବେ ପୋଷ୍ୟ ଗ୍ରହଣ ଆଇନ ଅନୁଯାୟୀ ଶିଶୁଟିର ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଶିଶୁପୁତ୍ରଟି ଜଙ୍ଗଲ ମଧ୍ୟକୁ କେମିତି ଆସିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments (0)
Add Comment