ଦାଦନ ଖଟି ଯାଇ ଗୁଜୁରାଟରୁ ଶବ ହୋଇ ଫେରିଲା ଯୁବକ ମୃତ୍ୟୁ ଦେହ

କୋଶଲ ନ୍ୟୁଜ୍ ବ୍ୟୁରୋ : ସଇଁନ୍ତଳା :ବଲାଙ୍ଗିର ଜିଲ୍ଲା ରେ ଦିନକୁ ଦିନ ଦାଦନ ଖଟିବା ପାଇଁ ହଜାର ହଜାର ଲୋକ ଯାଇ ଥାଆନ୍ତି କେତେ ବେଳେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡି ଥାଆନ୍ତି ତ ଆଉ କେତେ ତାଙ୍କ ମୃତ୍ୟୁ ଦେହ ଘରକୁ ଫେରି ଥାଏ ଠିକ ସେହି ଭଳି ଏକ ଅଭାବନୀୟ ଘଟଣା ଘଟିଛି
ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଡୁଙ୍ଗୁରିପାଲି ପଞ୍ଚା ୟତ କୁଆଁରଗା ଗ୍ରାମରେ।ଦାଦନ ଖଟି ଯାଇ ମନୋଜ ଭୋଇ(୨୮)ଙ୍କ ମୃତ୍ୟୁ ଦେହ ଘରକୁ ଫେରିଛି।ସୂଚନାଯୋଗ୍ୟ ଯେ ମନୋଜ କିଛି ଦିନ ତଳେ ଗୁଜୁରାଟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ଥିଲେ ।କିନ୍ତୁ ସେହି ସ୍ଥାନରେ ତାଙ୍କ ର କାମ କରୁଥିବା ବେଳେ ଛାତ ଉପରୁ ଖସିପଡି ମୃତ୍ୟୁ ହୋଇଥିଲା।ସେ ଘରର ଏକ ମାତ୍ର ରୋଜଗାର ପୁଅ ହୋଇ ଥିବା ବେଳେ ତାଙ୍କ ମା ବାପା ଙ୍କ ଆଖି ରୁ ଏବେ ଲୁହର ଧାର ବୋହିଛି ।ସେହି କମ୍ପାନୀ ର ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ୍ୟୁ ଦେହକୁ ତାଙ୍କ ନିଜ ଭିଟା ମାଟିରେ ପହଂଚାଇ ଛନ୍ତି।ତେବେ ତାଙ୍କ ମୃତ୍ୟୁଦେହ ଗା କୁ ଫେରି ଥିବା ବେଳେ ଏବେ ଶୋକର ଛାୟା ଖେଳିଯାଇଛି।
Comments (0)
Add Comment