ପାଟଣାଗଡ(କୋଶଲ ନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଠାରେ ଚାଲିଥିବା ମହୁରୁଣ୍ଡି ଏମ ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ବେନ୍ଦେର ଓ ଚାଉଳବାଞ୍ଜି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେନ୍ଦେର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭର ରେ ୧୦ ୱିକେଟ୍ ହରାଇ ୭୫ ରନ୍ ସଂଗ୍ରହ କରିଥିଲା । ଏହାର ଜବାବ ରେ ଚାଉଳବାଞ୍ଜି ଦଳ ୭ ଓଭର ରେ ୪ ୱିକେଟ ହରାଇ ମାତ୍ର ୭୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଯାହା ଫଳରେ ଚାଉଳବାଞ୍ଜି ଦଳ ଚାମ୍ପିୟନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମହୁରୁଣ୍ଡି ଏମ ସି ସି କ୍ରିକେଟ୍ କ୍ଲବ ସଭାପତି ଡୋଳାମଣି ଷାଣ୍ଢ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ରମେଶ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପେନ୍ଦ୍ର ଭୋଇ, ପ୍ରଶାନ୍ତ ଭୋଇ(ଶିକ୍ଷକ), ନରେନ୍ଦ୍ର ଭୋଇ(ସାମ୍ବାଦିକ), ଦୁର୍ଗା ପ୍ରସାଦ ସାହୁ(ପୂରନ), ଖପ୍ରାଖୋଲ ର କ୍ରିକେଟ ତାରକା ରମାକାନ୍ତ ଭୋଇ, ୱାର୍ଡ ମେମ୍ବର ବାବୁଲାଲ ଭୋଇ ଓ ରବୀନ୍ଦ୍ର ବରିହା ଯୋଗ ଦେଇଥିଲେ । ଚାମ୍ପିୟନ ଦଳକୁ ଟ୍ରଫି ସହ ୧୨୦୦୦ ଟଙ୍କା ଏବଂ ରନର୍ସ ଅପ ଦଳ କୁ ଟ୍ରଫି ସହ ୮୦୦୦ ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ । ଅମ୍ପାୟାର ରୁପେ ଜଳନ୍ଦ୍ରର ଲୁହା ଓ ଅଭିଳାଷ ଭୋଇ ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ରୁପେ ଡୋନା ଭୋଇ ଦାୟିତ୍ଵ ତୁଲାଇ ଥିଲେ । ମିନିକେତନ ଦାସ ଖେଳର ହିନ୍ଦୀ ରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରେମାନନ୍ଦ ଷାଣ୍ଢ , ଅଭିଳାଷ ଭୋଇ, ଜଗନ୍ନାଥ ସାହାଣୀ, ଜୟରାଜ ଷାଣ୍ଢ , ଜିତେନ୍ଦ୍ର କୁଅଁର, ଦିଲୀପ ବୁଡ଼େକ, ଅଭିଳାଷ ବନଗୁଲା, ପିଣ୍ଟୁ ବନଗୁଲା, ଫକୀର ବରିହା, ପପୁ ଭୋଇ, ରିପୁଲ ପଧାନ, ଶୋଭମ୍ମ ବନଗୁଲା, ସନ୍ତୋଷ ଷାଣ୍ଢ , ରମାକାନ୍ତ ମୁଣ୍ଡା, କାହ୍ନା ସାହାଣୀ ପ୍ରମୁଖ କ୍ଳବ୍ ସଦସ୍ୟ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ ଟି ଚାରି ଦିନ ଧରି ଚାଲିଥିବା ବେଳେ ୧୬ ଟି ଦଳ ଭାଗ ନେଇଥିଲେ ।