ବିଜୁ ଯୁବ ଜନତା ଦଳର ବଲାଙ୍ଗିର ଜିଲ୍ଲା ପାଇଁ ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

କୋଶଲ ନ୍ୟୁଜ୍ ବ୍ୟୁରୋ :- ବଲାଙ୍ଗୀର: ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ

ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ଡଃ ବୋମକେଶ ରାୟଙ୍କ ଦ୍ବାରା ବଲାଙ୍ଗିର ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି ।ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି । ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ସମେତ ୫ ଜଣ ଜିଲ୍ଲା ଉପସଭାପତି,୫ ଜଣ ଜିଲ୍ଲା ସାଧାରଣ ସମ୍ପାଦକ,୨୦ ଜଣ ସମ୍ପାଦକ,୧ ଜଣ ଆଇଟି କୋଡିନେଟର୍ ନିଯୁକ୍ତି ପାଇଛନ୍ତି। ଏହି ନୂତନ କମିଟି ଫଳରେ ଯୁବ ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ବୃଦ୍ଧି ପାଇବ ।
Comments (0)
Add Comment