ଶବ ସତ୍କାରକୁ ନେଇ ଉତ୍ତେଜନା ।

ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଡଡିଗୁଡା ଗ୍ରାମରେ ସବ ସତ୍କାରକୁ ନେଇ ଉତ୍ତେଜନା ।ଗ୍ରାମରେ ଗତକାଲି ପାନ୍ଡୂ ମାଡକାମୀ ନାମକ ଜଣେ ୭୦ବର୍ଷୀୟ ବ୍ୟକ୍ତି ମୃତ୍ୟବରଣ କରିଥିଲେ । ତେବେ ତାଙ୍କର ଶବକୁ ସତ୍କାର କରିବା ପାଇଁ ପରିବାର ଲୋକେ ସ୍ମସାନ କୁ ନେବାବେଳେ କିଛି ଗ୍ରାମବାସୀ ଏହାର ବିରୋଧ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଠୀ ହୋଇଥିଲା । 

ମିଳିଥିବା ସୂଚନା ଅନୁଯାଇ ଗତକିଛି ବର୍ଷ ପୂର୍ବେ ପାନ୍ଡୂ ମାଡକାମୀ ନିଜର ଧର୍ମ ପରିବର୍ତନ କରିଥିବାରୁ ଅନ୍ୟ ଏକ ଧର୍ମର ଲୋକମାନେ ତାଙ୍କର ମର ଶରୀର କୁ ସତ୍କାର କରିବାପାଇଁ ଅନୁମତି ଦେଉନଥିବା ଜଣାପଡିଛି । ତେବେ ଏହାପରେ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଠୀ ହୋଇଥିବା ହେତୁ ଗ୍ରାମରେ ମାଲକାନଗିରି ପୋଲିସ ଏବଂ ମାଲକାନଗିରି ତହସିଲଦାର ଡ଼ ଗୁଣନିଧି ନାଏକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ । କିନ୍ତୁ ସକାଳ ସୁଦ୍ଧା ଏହାର କୌଣସି ନିଷ୍କର୍ଷ ବାହାରି ପାରିନଥିବାରୁ ସବ ସତ୍କାର ହୋଇପାରିନାହି । ଏବଂ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଗ୍ରାମରେ ପ୍ରହାରା ଦେଉଛି ।
 ଆଜି ଭୋରୁ କଡା ସୁରକ୍ଷା ବଳୟ ମଧ୍ୟରେ ନିଜ ଜମିରେ ସବ ସତ୍କାର ହୋଇଛି । ଏହାସହ ଏହି ଘଟଣାରେ ପୋଲିସ 10 ଜଣ ବିରୋଧ କାରୀ ଙ୍କୁ ଅଟକ ରଖିଥିବା ଜଣାପଡିଛି ।
ମାଲକାନଗିରି ରୁ ସତ୍ୟ ନାରାୟଣ ଦାସ ଙ୍କ ରିପୋର୍ଟ,ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍
Comments (0)
Add Comment