ଦାରିଙ୍ଗବାଡିରେ ନୂତନ ଜିଲ୍ଲା ବିଜେପି ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା (କୋଶଲ ନିୟୁଜ):- କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ ଙ୍କୁ ଦାରିଙ୍ଗବାଡି ବିଜେପି ମଣ୍ଡଳ ପକ୍ଷରୁ ରବିବାର ଦିନ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସ୍ୱାଗତ କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଚାରି ଛକ ଦେଇ ତିନି ଛକ ରାଧାକୃଷ୍ଣ ମନ୍ଦିର ଓ ଶିବ ମନ୍ଦିର ଦେଇ ରାଣୀ ଦୁର୍ଗା ଗେଷ୍ଟ ହାଉସ ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ସଭାପତି ମିଟୁ ସାହୁଙ୍କ ପୌରହିତ୍ୟ କାର୍ଯ୍ୟକ୍ରମରେ ନୂତନ ଭାବେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ନିଯୁକ୍ତ ହୋଇଥିବା ପଣ୍ଡିତ ବିଶି ମାଝୀ ଙ୍କୁ ମଣ୍ଡଳ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନୂତନ ସଭାପତି ଶ୍ରୀ ମାଝୀଙ୍କ ନେତୃତ୍ୱରେ ଜିଲ୍ଲାରେ ବିଜେପି ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ ହେବ ଏବଂ ଏଥିରେ ସମସ୍ତ କାର୍ଯ୍ୟକର୍ତାଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନୂତନ ବିଜେପି ଜିଲ୍ଲା ସଭାପତି ଶ୍ରୀ ମାଝୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ତୃଣମୂଳସ୍ତରେ ବିଜେପିକୁ ଅଧିକ ରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହ ସଂଗଠିତ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ପଡିବ। ସେହିପରି ନିଷ୍ଠା, ଧର୍ଯ୍ୟ ଏବଂ ଅଧ୍ୟବସାୟ ହେଉଛି ସବୁ ସଫଳତାର ମାପ କାଠି ବୋଲି କହିଥିଲେ । ଏଣୁ ସମସ୍ତ କାର୍ଯ୍ୟକର୍ତା ଏହି ନିମୟ ପାଳନ କରି ବୁଥସ୍ତରରୁ ଦଳ ପାଇଁ କାର୍ଯ୍ୟ କରିବା ପାଇଁ ଜିଲ୍ଲା ସଭାପତି ଏହି ଅବସରରେ ଆହ୍ୱାନ ଜଣାଇଥିଲେ। ଏହି ବୈଠକରେ କନ୍ଧମାଳ ସାଂସଦ ଙ୍କ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ,ପୂର୍ବତନ ମଣ୍ଡଳ ସଭାପତି ତଥା ଜିଲ୍ଲା ବିଜେପି ଜିଲ୍ଳା ପ୍ରତିନିଧି ସନ୍ତୋଷ କୁମାର ସାହୁ ଓ ଦାରିଙ୍ଗବାଡି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ ,ଜିଲ୍ଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ , ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ସୁକାନ୍ତ କୁମାର ସାହୁ , ଜିଲ୍ଲା ସମ୍ପାଦକ ହରେନ କୁମାର ସାହୁ ,ପୂର୍ବତନ ବ୍ଲକ ସଭାପତି ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ବିଭିନ୍ନ ଦଳରୁ ସରପଞ୍ଚ ସମିତି ସଭ୍ୟ ଓ ୱାର୍ଡ ମେମ୍ବର ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ କାର୍ଯ୍ୟକଳାପ କୁ ଦେଖି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।

ରିପୋର୍ଟ : ସାମୁଏଲ ପ୍ରଧାନ (ବାଲିଗୁଡା)

Comments (0)
Add Comment