ଦେବଗଡ଼ ଜିଲ୍ଲାରେ କେନ୍ଦ୍ରୀୟ ଛେଳି ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା ପାଇଁ କ୍ଷେତ୍ର ପରିଦର୍ଶନ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ହେଉଛି ଗୋଟିଏ କୃଷି ପ୍ରଧାନ ଜିଲ୍ଲା। ଏହି ଜିଲ୍ଲାରେ ପ୍ରାୟ ଚାଷ ଉପରେ ନିର୍ଭର କରି ଚଳି ଥାଆନ୍ତି। ଏହି ଜିଲ୍ଲାରେ ବହୁ ଲୋକ ମଧ୍ୟ ଛେଳି ଚାଷ କରି ପରିବାର ପରିପୋଷଣ କରିଥାନ୍ତି। ଜିଲ୍ଲାରେ ବହୁ ପରିମାଣରେ ଜଙ୍ଗଲ ଓ ଚରଣ ଭୂମି ଥିବା ସାଙ୍ଗକୁ ଛେଳି ଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାରୁ ଛେଳି ଚାଷରେ କୌଣସି ଚାଷୀ କ୍ଷତିରେ ପଡ଼ିନାହାନ୍ତି। ଛେଳି ବିକ୍ରି ପାଇଁ ଚାହିଦା ଥିବା ସାଙ୍ଗକୁ ଭଲ ବଜାର,(ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ତାଳଚେର,ଅନୁଗୋଳ) ପ୍ରଭୃତି ଅଛି। ଚାଷୀମାନେ ପାରମ୍ପରିକ ଭାବେ ଛେଳି ପାଳନ କରୁଥିବା ଯୋଗୁଁ ଯେଉଁ ପରିମାଣରେ ଲାଭ ପାଇବା କଥା ତାହା ପାଇପାରୁନାହାନ୍ତି ।

ଏଣୁ ଏସବୁକୁ ଆଖି ଆଗରେ ରଖି ଦେବଗଡ଼ ଜିଲ୍ଲା ତଥା ଓଡ଼ିଶାର ଅନ୍ୟ ଜିଲ୍ଲା ମାନଙ୍କରେ ଛେଳି ଚାଷୀମାନେ ଅଧିକ ଜ୍ଞାନ ଏବଂ ସୁବିଧା ପାଇବା ନିମନ୍ତେ ଭାରତ ସରକାରଙ୍କ,( ଇଣ୍ଡିଆନ କାଉନସିଲ ଅଫ୍ ଅଗ୍ରିକଲଚୁରାଲ ରିସର୍ଚ୍ଚ) ତରଫରୁ ଦେବଗଡ଼ ଜିଲ୍ଲାରେ ( ସି.ଆଇ.ଆର୍.ଜି) ର ଗୋଟିଏ କେନ୍ଦ୍ର ସ୍ଥାପନ ନିମନ୍ତେ ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଲିଖିତ ଆକାରରେ ଦାବି କରାଯାଇଛି। ଏଣୁ ଆଜି ଶୁକ୍ରବାର ତା୦୬/୦୬/୨୦୨୫ରିଖ ଦିନ ପଶୁ ସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଅଶୋକ ତ୍ରିପାଠୀ ଦେବଗଡ଼ ଗସ୍ତରେ ଆସି (ସି.ଆଇ. ଆର୍.ଜି) କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ଜିଲ୍ଲାପାଳ କାବିନ୍ଦ୍ର କୁମାର ସାହୁ , ସି. ଡ. ପି.ଓ ଡାକ୍ତର ବିଜୟ କୁମାର ପାତ୍ର, ଏସ୍. ଡି. ପି.ଓ ଡାକ୍ତର ସୌମ୍ୟ ରଞ୍ଜନ ମହାନ୍ତି, ଗୋଷ୍ଟି ପ୍ରାପ୍ତି ଚିକିତ୍ସା ଅଧିକାରୀ ରମାକାନ୍ତ ଶତପଥୀ, ଭାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଦନ କୁମାର ନାଏକ ଏବଂ ବୁଢ଼ାପାଳର ଅଗ୍ରଣୀ ଚାଷୀ ସନ୍ତୋଷ କୁମାର ସାହୁଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି ।

Comments (0)
Add Comment