ଭୀମ ଭୋଇଙ୍କ ଶ୍ରାଦ୍ଧ ଦିବସ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକ ଅନ୍ତର୍ଗତ ପରା ଗୁରୁସ୍ୱାମୀ ମହିମା ମଠରେ ସନ୍ଥକବି ଭୀମ ଭୋଇଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଶ୍ରାଦ୍ଧ ସଭାରେ ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ କାଳଜୟୀ ସାରସ୍ଵତ ସର୍ଜନା ଓ ଧର୍ମଧାରା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସଭାରେ ମଠ ପ୍ରତିଷ୍ଠାତା ସମାଜସେବୀ ତପନ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ମଠ ପରିଚାଳିକା ମାତା ଯମୁନା ଦେବୀ ଭୀମଭୋଇଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସଭା ପ୍ରାରମ୍ଭରେ ଭୀମଭୋଇଙ୍କ ଭଜନ ଗାନ ତଥା ସ୍ତୁତି ଚିନ୍ତାମଣି ପାଠ କରି ପୁଷ୍ପାଞ୍ଜଳି ପ୍ରଦାନ କରଯାଇଥିଲା। ଶେଷରେ ସୁଶ୍ରୀ ପ୍ରଭାସିନୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହିମା ମଠର ସଭପତି ନରୋତ୍ତମ ନାଏକ, ସମ୍ପାଦକ ପ୍ରକଶ ନାଏକ,, କୋଷାଧ୍ୟକ୍ଷ କୁବେର ନାଏକ, ଉପଦେଷ୍ଟା ଶ୍ରୀଧର ନାଏକ ଓ ସ୍ଥାନୀୟ ହିରୋ କ୍ଲବ ସଭାପତି ବିଶିକେଶନ ନାଏକ, ସମ୍ପାଦକ ତରୁଣ ନାଏକ ସମେତ ସଦସ୍ୟ କ୍ଷେତ୍ରବାସୀ ନାଏକ, ମଳୟ ନାଏକ, ଉତ୍ତମ ଟୁଡୁ, ଭାଗ୍ୟରଥି ନାଏକ, ଶୁକଦେବ ନାଏକ, ମଧୁସୂଦନ ନାଏକ, ତ୍ରିଲୋଚନ ନାଏକ, ଶ୍ରୀକାନ୍ତ ନାଏକ ଓ ଚଗଲା ନାଏକ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Comments (0)
Add Comment