ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ୱାର୍ଡ” ଆନୁକୁଲ୍ୟରେ ବାରକୋଟ ବ୍ଲକ ଅନ୍ତର୍ଗତ କେଲଡ଼ା ଗ୍ରାମପଞ୍ଚାୟତ ପରିସରରେ ଲୀଙ୍ଗଗଡ ହିଂସା ଓ ପୋକସ୍ ଆଇନ୍ ସମ୍ବଦ୍ଧରେ ଗ୍ରମ୍ୟସ୍ତରୀୟ ଜନସାଧାରଣଙ୍କ ନିମନ୍ତେ ଏକ ସଚେତନା କର୍ମଶାଳା କରାଯାଇଥିଲା। ଉକ୍ତ କର୍ମଶାଳାକୁ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୋମିଓ ମହାପାତ୍ର ଅଂଶଗ୍ରହଣ କରି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ, ଏବଂ ପାରିବାରିକ ହିଂସା, ବିଭେଦତା, ବାଲ୍ୟ ବିବାହର କୁପରିଣାମ ତଥା ପୋକସ୍ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତତ୍ଵ ଆଲୋଚନା କରିଥିଲେ।
ୱାର୍ଡ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ରଂଜନ କୁମାର ପୁହାଣ ଆୟୋଜିତ କର୍ମଶାଳାର ଲକ୍ଷ୍ୟ,ଉଦ୍ଦେଶ୍ୟ ଏବଂ ପ୍ରଦାନକାରୀ କର୍ମୀଙ୍କର ଦାୟିତ୍ଵ,ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ରଞ୍ଜନ କୁମାର ସେଠୀ, ସମ୍ପ୍ରସାରଣ ଅଧିକାରୀ ବାରକୋଟ ବ୍ଲକର ସମନ୍ୱିତ ଶିଶୁ ଉନ୍ନୟନ ସେବା ସୁପର ଭାଇଜର ଶ୍ରୀମତୀ ଅନୁପମା ପ୍ରଧାନ ଯୋଗଦାନ କରି ନିଜର ବକ୍ତବ୍ୟ ଅଭିଭାଷଣ ପ୍ରଦାନ କରି ୱାର୍ଡ ଅନୁଷ୍ଠାନର ପ୍ରୟାସକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ ସମସ୍ତଙ୍କର ସହଯୋଗର ବାର୍ତ୍ତା ଦେଇଥିଲେ। ଏହି କର୍ମଶାଳାରେ କେଲେଡ଼ା, କାଦୋପଡ଼ା ଗ୍ରାମପଞ୍ଚାୟତର ୧୫୦ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଅଙ୍ଗନସ୍ୱାଭିକର୍ମି , ମହିଳାପ୍ରତିନିଧି, ଯୁବଗୋଷ୍ଠୀ, ପଞ୍ଚାୟତପ୍ରତିନିଧି ମାନେ ସକ୍ରିୟ ଅଂଶଗ୍ରହଣ କରି ଥିଲେ, ଏବଂ ଅନୁଷ୍ଠାନର କର୍ମୀ ପ୍ରଭାତୀ, ଲିପସା, ମୋତି କାର୍ଯ୍ୟକ୍ରମ ପରିଚାଳନା କରି ସଫଳ କରିଥିଲେ।