ଆସନ୍ତା କାଲି ଓଡ଼ିଶା ବନ୍ଦ ପାଇଁ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

ଦେବଗଡ଼ (କୋଶଲ ନ୍ୟୁଜ୍):-  ଆସନ୍ତା କାଲି ଓଡ଼ିଶା ବନ୍ଦ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଟିତ ହୋଇଯାଇଛି । ସେମ ହେମ୍ରମ ଜିଲ୍ଲା ସଂଯୋଜକଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ବୈଠକ ରେ ପୂର୍ବତନ ନଗର କଂଗ୍ରେସ୍ ସଭାପତି ରେବତୀ ମୋହନ ପଟ୍ଟନାୟକ, ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ଶ୍ରୀତମ କୁମାର ସାହୁ, ଛାତ୍ର କଂଗ୍ରେସ ପୂର୍ବତନ ସଭାପତି ଆନନ୍ଦ କୁଳା, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଲମାନ ହେନେଜ, ଅଲେଖ ନାୟକ, ରମେଶ ଚନ୍ଦ୍ର ପାତ୍ର ପୂର୍ବତନ ସାଧାରଣ ସମ୍ପାଦକ, ବୁଲୁ ଧଳ,ସୁମନ୍ତ ବେହେରା, ଆକାଶ ଦାସ, ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment