ଦେବଗଡ଼(କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକର ରେଙ୍ଗଳବେଡ଼ା ଏବଂ ତେଲିମୁଣ୍ଡା ଠାରେ ଥିବା ୩୩/୧୧ କେଭି ସବଷ୍ଟେସନକୁ ଦେବଗଡ଼ ଠାରୁ ୩୫କିଲୋ ମିଟର ଏବଂ ବୁଢ଼ାପାଳ ଠାରେ ଥିବା ୩୩/୧୧କେଭି ସବଷ୍ଟେସନ କୁ ରେଙ୍ଗାଳି ଠାରୁ ୨୮ କିଲୋମିଟର ଦୂରତାରୁ ୩୩କେଭି ବିଦ୍ୟୁତ୍ ଆସିଅଛି। ଏହି ସବୁ ୩୩କେଭି ବିଦ୍ୟୁତ୍ ବର୍ଷା,ଝଡ ତୋଫାନ, ବିଜୁଳି,ଘଡଘଡି ବା ଅନ୍ୟ କୌଣସି କାରଣରୁ ବ୍ରେକ ଡାଉନ୍ ହେଲେ ଦେବଗଡ଼ ହେଡ୍ କ୍ୱାଟରରେ ଥିବା ଏକ ମାତ୍ର ୩୩କେଭି “ଜରୁରୀ କାଳୀନ ମେଣ୍ଟେନାନ୍ସ ଟିମ୍” ଆସି ମରାମତି କାର୍ଯ୍ୟରେ ବହୁତ୍ ବିଳମ୍ବ ହେଉଅଛି।
ଯାହା ଫଳରେ ଲୋକମାନେ ଦୀର୍ଘ ସମୟ ଧରି ଅନ୍ଧାରରେ ରହୁଛନ୍ତି। ଏହି ସବୁ ଅସୁବିଧାକୁ ଦୂର କରିବା ନିମନ୍ତେ ରିଆମାଳ ବ୍ଲକ ପାଇଁ ଗୋଟିଏ ସ୍ଵତନ୍ତ୍ର “୩୩କେଭି ଜରୁରୀ କାଳୀନ ମେଣ୍ଟେନାନ୍ସ ଟିମ୍” ଦେବା ନିମନ୍ତେ ତା – ୧୪-୦୮-୨୦୨୫ ରିଖ ଦିନ ରିଆମାଳ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କର ପ୍ରତିନିଧି ଭାବେ ଶ୍ରୀ ସନ୍ତୋଷ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭକ୍ତବନ୍ଧୁ ପ୍ରଧାନ, ବାଘବର ସରପଞ୍ଚ ଦିଲ୍ଲୀପ ଆଚାର୍ଯ୍ୟ, ବୁଢ଼ାପାଳ ସରପଞ୍ଚ, ପଳସମା ସରପଞ୍ଚ ସୁଶିଲ କୁମାର, କରଲଗା ସରପଞ୍ଚ ଝୁନା ବେହେରା, ଟଙ୍କଧର ଦେହୁରୀ, ଭାଗିରଥି ମିଶ୍ର, ରାକେଶ ପ୍ରଧାନ, ପ୍ରସନ୍ନ ବସନ୍ତରା, କୁଳମଣି ରାଉତ, ପ୍ରଶାନ୍ତ ସାହୁ, କାଳିଆ ଲହରା, ପ୍ରଭୁତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ମେଲ୍ ଯୋଗେ ପଠାଇବା ସଙ୍ଗେ (ଟିପିଡ଼ବ୍ଲୁଓଡିଏଲ୍) ର ସିଇଓ ଙ୍କ ଦେବଗଡ଼ ଗସ୍ତ ସମୟରେ ତାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ତେଣୁ ସେଣ୍ଢା ଠାରେ ନିର୍ମାଣ ହେଉଥିବା ୩୨୦\୧୩୨/ ୩୩କେଭି ଗ୍ରିଡ୍ ରୁ ରିଆମାଳ ବ୍ଲକ ଭିତରେ ଥିବା ସମସ୍ତ ପଞ୍ଚାୟତ ଗୁଡ଼ିକୁ ୩୩/୧୧କେଭି ସବ ଷ୍ଟେସନ କୁ ବିଦ୍ୟୁତ୍ ସପ୍ଲାଏ ଦେବାପାଇଁ ଆଲୋଚନା କରିଥିବା ଜଣାପଡିଛି।