କାଳବୈଶାଖୀ ବଜ୍ରାଘାତରେ 43 ବର୍ଷ ବୟସର ଚାଲିଗଲା ମଙ୍ଗଳା ମାଢିର ଜୀବନ l ସୂଚନା ଅନୁସାରେ ଏହି ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଗୀଗୁଡା ଗ୍ରାମର l ସନ୍ଧ୍ୟାରେ ସମୟରେ ନିଜ ଘର ପାଖ ଏକ ଗଛ ତଳେ ଠିଆ ହୋଇଥିବା ବେଳେ ହଟାତ କାଳ ବୈଶାଖୀ ବର୍ଷା ଓ ଘଡଘଡି ହୋଇ ବିଜୁଳି ମାରିଥିଲା l ଉକ୍ତ ବିଜୁଳି ମାଡ଼ ମଙ୍ଗଳା ଠିଆ ହେଇଥିବା ଗଛ ଉପରେ ପଡିଥିଲା l ବିଜୁଳି ମାଡ଼ରେ ମଙ୍ଗଳା ମାଢୀ ସେହିଠାରେ ହିଁ ଟଳି ପଡ଼ିଥିଲେ l ଖବର ପାଇଁ ତୁରନ୍ତ ଗ୍ରାମବାସୀଙ୍କ ସହାୟତା ରେ ତାଙ୍କୁ ନିକଟସ୍ତ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଯାଇଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ।ଆଜି ମଙ୍ଗଳାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ଖବର ଫଳରେ ସମ୍ପୁର୍ଣ୍ଣ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସମାଜସେବୀ ଗୋପୀ ପାଂଗୀ ଓ ଗ୍ରାମ ବାସିନ୍ଦା ତୁରନ୍ତ ଉକ୍ତ ବ୍ୟକ୍ତି ଙ୍କ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ସହାୟତା ଓ ବଜ୍ରାଘାତ ଅନୁକମ୍ପା ରାଶି ପ୍ରଦାନ ପାଇଁ ତହସିଲଦାର ଙ୍କୁ ଅନୁରୋଧ କରିଛନ୍ତି ।