କୋଶଲ ନ୍ୟୁଜ୍ ବ୍ୟୁରୋ : ଛେଳି ଚୋରିକରିବାକୁ ଆସି ଦୃର୍ବୁତ୍ତମାନେ ଛେଳି ଧରି ଯିବା ସମୟରେ ଗାଁ ଲୋକେ ଜାଣି ପାରିବାରୁ ଚୋର ଦଳକୁ ପିଛା କରିଥିଲେ ଚୋରମାନେ ରାସ୍ତା ଠିକରେ ଜାଣି ନଥିବାରୁ ଭୁଲ ରାସ୍ତାରେ ଗଡିଥିଲା ଗାଡି ହେଲେ ଚୋରମାନେ ଜାଣିନଥିଲେ ଜଙ୍ଗଲ ମଧ୍ୟକୁ ଏଇ ରାସ୍ତା ଯାଇଛି ।
ପଛରେ ଗାଁର କିଛି ଯୁବକ ଫୋଲ କରୁଥିଲେ ଓ ଚୋର ମାନଙ୍କ ଗାଡି ମଧ୍ୟ ଆଗକୁ ବଢ଼ି ଚାଲିଥାଏ । ଚୋରମାନେ ଆଗରେ ଗାଁର ଯୁବକ ମାନେ ତାଙ୍କ ପଛେ ପଛେ ଜଙ୍ଗଲ ମଝିରେ ଶେଷ ହୁଏ ଝରଣା କୂଳରେ ରାସ୍ତା ପରେ ଚୋର ମାନଙ୍କ ଚେତା ହଜିଯାଏ କରିବେ କଣ ପରେ ବାଇକ ଓ ଛେଳିକୁ ଛାଡି ଦେଇ ନିଜ ଜୀବନ ବଞ୍ଚାଇବା ଆଶାରେ ଦଉଡି ପଳାଇ ଯାଇଥିଲେ
ଚୋର ଦଳ । ଏଭଳି ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ଗ୍ରାମରେ । ଗତ କାଲି ରାତି ଅଧରେ ଗ୍ରାମର ବାବୁଲି ପ୍ରଧାନଙ୍କ ଘରୁ ଗୋଟିଏ କଳା ଛେଳି ଓ ଆଉ ଗୋଟିଏ ଧଳା ଛେଳି ଧରି ଫେରାର ମାରୁଥିଲେ ଏମାନେ ସାମାନ୍ୟ ଭୁଲ ଯୋଗୁଁ ରାସ୍ତା ଜାଣି ନଥିବାରୁ ଠିକ ଭାବରେ ଜଙ୍ଗଲ ମଝିରେ ବାଇକ ଛାଡି ଚାଲି ଯାଇଛନ୍ତି । ପରେ ଗ୍ରାମବାସୀ ଉକ୍ତ ମଟରସାଇକେଲ ଟିକୁ ଥାନାରେ ଜିମା ଦେବାରୁ ପୋଲିସର ଖୋଳତାଡ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଉଟୁଣିଆଁ ବାଘବର ପଳସମା ଖଇରପାଲି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ଅଞ୍ଚଳବାସୀଙ୍କର ନିଦ ହଜି ଗଲାଣି ।।