ଜମିବାଡ଼ିକୁ ନେଇ ମାରପିଟ ଠେଙ୍ଗା ମାଡ଼ରେ ମହିଳା ମୃତ

କଳାହାଣ୍ଡି (କୋଶଲ ନ୍ୟୁଜ୍) ଗୋଲାମୁଣ୍ଡା ତା 09/07/2021 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାବ୍ଲକ କେଗାଁଥାନା ଅନ୍ତର୍ଗତ ଲାଞ୍ଜିଗ୍ରାମରେ ଏକ ଅଭାବନୀୟ ଘଟଣାଘାଟିଯାଇଛି ! ସୂଚନାରୁ ପ୍ରକାଶ ଯେ ଜମିବାଡ଼ି ବିବାଦକୁ ନେଇ ଲାଞ୍ଜିର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପରିବାର ଓ ଶେଷଦେବ ସାହୁଙ୍କ ପରିବାର ଭିତରେ ଗତକାଲି ସନ୍ଧ୍ୟା ସମୟରେ ମାରପିଟ ହୋଇ ଠେଙ୍ଗା ମାଡ଼ରେ ଶେଷଦେବଙ୍କ ପତ୍ନୀ ଲିପ୍ସା ସାହୁ ଅତିଗୁରୁତର ହୋଇଥିଲେ ! କେଗାଁ ପୋଲିସକୁ ଜଣାଇ ଚପରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିକରିଥିଲେ ହେଲେ ଲିପ୍ସାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ ! ସେଠାରେ ଡାକ୍ତର ମୃତ ଘୋର୍ଷଣା କରିଥିଲେ !ମୃତ ମହିଲାଙ୍କ ବୟସ (55)ହେବ ! ମୃତକଙ୍କ ସ୍ୱାମୀ ଶେଷଦେବ ସାହୁ ତାଙ୍କର ପୁଅ ଲଳିତ ସାହୁଙ୍କ ହାତ ଭାଙ୍ଗିଥିବା ଜଣାପଡିଛି ! ଅପର ପକ୍ଷରେ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସାଙ୍ଘାତିକ ଅବସ୍ଥାରେ ଗତିକରୁଛି ! ପୂର୍ଣ୍ଣଙ୍କ ଭାଇ ଘଟଣାକୁ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି !

ଶେଷଦେବ ସାହୁ ଓ ତାଙ୍କପୁଅ ଲଳିତ ସାହୁ କେଗାଁ ଥାନାକୁ ଫୋନଯୋଗେ ମୃତ୍ୟୁ ଘଟଣା ଜଣାଇଲା ପରେ କେଗାଁ ପୋଲିସ ଭବାନୀପାଟଣାଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପହଞ୍ଚିଛି ! ସେଠାରେ ପୋଲିସକୁ ଲିଖିତ ଅଭିଯୋଗ ଦେବାପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି କେଗାଁ ଆଇ ଆଇ ସି ଶ୍ରୀ ଡମ୍ବରୁଧର ପର୍ଜାଠାରୁ ସୂଚନା ମିଳିଛି।

Comments (0)
Add Comment