ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ପୁରୁଣା ବାରକୋଟ ସ୍ଥିତ ସର୍ବ ପୁରାତନ ଇଷ୍ଟ ଦେବୀ ମା ରମ୍ଭାଦେବୀଙ୍କ ଗଣ ପର୍ବ ବେଶ ଧୂମଧାମ ସହିତ ପାଳିତ ହୋଇଯାଇଛି। ୩୦୦ ବର୍ଷ ପୂର୍ବରୁ ରାଜା ରାଜୁଆଡି ସମୟରୁ ଭୂୟାଁ ସମ୍ପ୍ରଦାୟର ପୂଜକ ଦ୍ୱାରା ଏହା ପାଳିତ ହୋଇଆସୁଛି। ପ୍ରତି ବର୍ଷର ଆଶ୍ୱିନ ମାସ ଅଷ୍ଟମୀ, ନବମୀ, ଦଶମୀ ଏବଂ କୁଆଁର ପୂର୍ଣ୍ଣିମା ଦିନ ମା’ଙ୍କର ଶ୍ରଦ୍ଧାଳୁ ମାନେ ବର୍ଷର ଶେଷ ଦର୍ଶନ କରିଥାନ୍ତି। ବାମଣ୍ଡା କିମ୍ବଦନ୍ତୀରୁ ଶୁଣିବାକୁ ମିଳେ କେନ୍ଦୁଝର ରାଜା ମାଙ୍କୁ ନେବା ପାଇଁ ଚାହିଁଥିଲେ ମଧ୍ୟ ନେଇପାରିନଥିଲେ। ଫଳରେ ରାଜାଙ୍କର ସୈନ୍ୟ ସାମନ୍ତ ସେଠାରୁ ନିରାଶ ହୋଇ ଫେରି ଯାଇଥିଲା ।
ସେହିଦିନ ଠାରୁ ମାଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ସ୍ଥାନୀୟ ଲୋକ ପୂଜାର୍ଚ୍ଚନା କରି ଆସୁଛନ୍ତି । ଏହି ଅବସରରେ ଏ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳି ମାନସିକ ରଖିଥିଲେ । ମା ରମ୍ଭାଦେବୀ କମିଟିର କର୍ମକର୍ତା ତଥା ଗ୍ରାମବାସୀ ସମସ୍ତେ ସହଯୋଗ କରିଥିଲେ । ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ସମେତ ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତା ଏବଂ ସ୍ଥାନୀୟ ଲୋକପ୍ରତିନିଧି ଅତିଥି ଭାବେ ଯୋଗଦେଇ ମାଙ୍କ ଆଶିଷ ଲାଭ କରିବା ସହ ଜିଲ୍ଲାବାସୀଙ୍କର ମଙ୍ଗଳ କାମନା କରିଥିଲେ। ଗତକାଲି ସନ୍ଧ୍ୟା ସମୟରେ ମା ରମ୍ଭାଦେବୀଙ୍କ ପୂଜା ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବାରକୋଟ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ପାତ୍ର, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ, ପରାଶର ସାହୁ, ଦିବାକର ବିଶ୍ୱାଳ, ବଲଣ୍ଡା ଗ୍ରାମପଂଚାୟତର ସରପଞ୍ଚ ରଣଦୀପ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ରାତି ପ୍ରାୟ ୧୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।