ପୁପୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ


ନବରଙ୍ଗପୁର(କୋଶଲ ନ୍ୟୁଜ୍):- ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ଶିକ୍ଷାର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟିତ ରହୁଛନ୍ତି। କିନ୍ତୁ କିଛି ଦୁର୍ନୀତିଖୋର୍ ଅଧିକାରୀଙ୍କ ଯୋଗୁଁ ଶିକ୍ଷା କ୍ଷେତ୍ରରେ ବିକାଶ ଠିକ ଭାବେ ହୋଇ ପାରୁନାହିଁ ।

ଏଭଳି ଏକ ଘଟଣା ଘଟିଛି ସରକାରୀ ଉଚ୍ଚ ବିଦ୍ୟାଳୟ ପୂପୁଗାଁ ଠାରେ। ଗ୍ରାମବାସୀ ପ୍ରଧାନ ଶିକ୍ଷକ ବିଜୟ କୁମାର ମାଝୀଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଆଣି ବିଦ୍ୟାଳୟ ଘେରାଉ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବିଦ୍ୟାଳୟରେ ନୂତନ ସଭାପତି ନ ଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଧ୍ୟାହ୍ନ ଭୋଜନ ଠିକ ଭାବରେ ଦିଆଯାଉ ନାହିଁ ଓ ଖାଦ୍ୟ ନିମ୍ନମାନର ଦିଆଯାଉଛି। ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ରହୁ ନାହାନ୍ତି। ଛାତ୍ରାବାସ ରେ ଉଚିତ ବ୍ୟବସ୍ଥା ନ ଥିବାରୁ କାଛୁ କୁଣ୍ଡିଆ ହେଉଛି ।

ହଷ୍ଟେଲ ରେ ମଧ୍ଯ ଛାତ୍ର ମାନଙ୍କୁ ଠିକ ଭାବରେ ଖାଇବାକୁ ଦେଉ ନାହାନ୍ତି। ଗୁରୁତର ଅଭିଯୋଗ ହେଲା ନୂତନ ଭାବେ +୨ ଆଡ଼ମିଶନ ଦେୟ sc ଓ st ପାଇଁ ୯୪୦ଟଙ୍କା ଓ ସାଧାରଣ ବର୍ଗ ପାଇଁ ୧୦୫୦ଟଙ୍କା ରହିଥିବା ବେଳେ ୨୦୦ରୁ ୩୦୦ ଶହ ଟଙ୍କା ଅଧିକା ନେଇଛନ୍ତି ଓ ଅବିଭାବକ ମାନଙ୍କୁ ରସିଦ ଦେଇ ନାହାନ୍ତି। ଏଭଳି ଦୁର୍ନୀତିଗ୍ରସ୍ତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଦାବି କରିଛନ୍ତି ଗ୍ରାମବାସୀ।

ସୁଚନା ଥାଉ କି ଗତ ଏପ୍ରିଲ୍ ମାସରେ ସେହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଚିକିତ୍ସା ଅଭାବରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥଲେ ଓ ସେହି ଶିକ୍ଷୟତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ମାନସିକ ନିର୍ଯ୍ୟାତନା ଦେଉଥିଲେ ଓ ଅସଭ୍ୟ ଭାଷାରେ ଗାଳି କରୁଥିବା ଅଭିଯୋଗ କରିଥିଲେ । ପରେ ଉକ୍ତ ଘଟଣାର ମୀମାଂସା ହୋଇଥିଲା। ଏହି ସବୁ ଅଭିଯୋଗ ବିଶୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥଲେ।

ସ୍କୁଲ କମିଟି ଶହ କଥା ହୋଇ +୨ ଛାତ୍ର ଛାତ୍ରୀ ମାନଙ୍କ ଫିସ ଅଧିକା ନେଇଥିବା ସ୍ବୀକାର କରିଥିଲେ । ଯଦି ସରକାର ବିଦ୍ୟାଳୟର ସମସ୍ତ ଉନ୍ନତି ଖର୍ଚ୍ଚ ବହନ କରନ୍ତି ତ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ କଣ ପାଇଁ ଏହି ଅଧିକ ଟଙ୍କା ନେଇଛନ୍ତି। ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ରିପୋର୍ଟ :ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments (0)
Add Comment