ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଥାନା କୁରଡ଼ପୋଷି ଗ୍ରାମରେ ହାତୀ ଆକ୍ରମଣରେ ଆଜି ଜନୈକ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୁରଡ଼ପୋଷି ଗ୍ରାମର କୁଲ୍ହ ନାଏକ (୬୫) ଆଜି ସକାଳ ପ୍ରାୟ ୮ଟା ସମୟରେ ରେ ଗାଁ ପାଖ କାଉଁସିତଇଲା ଜଙ୍ଗଲ କୁ ଛତୁ ଖୋଜିବାକୁ ଯାଇଥିଲେ । ଛତୁ ଖୋଜୁ ଖୋଜୁ ହାତୀ ସମ୍ମୁଖରେ ତଳେ ପଡ଼ି ଯାଇଥିଲେ । ଯାହା ଫଳରେ ହାତୀଟି ତାଙ୍କୁ ଦଳି କଚାଡ଼ି ରକ୍ତାନ୍ତ କରିଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ରେଞ୍ଜର ନିରଞ୍ଜନ ଧରୁଆ,କୁଣ୍ଢେଇଗୋଳା ଫରେଷ୍ଟର ମନ୍ମଥ ବେହେରା ଓ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତକ କୁ ବ୍ୟବଛେଦ ପାଇଁ ଛେଣ୍ଡିପଦା ମେଡିକାଲ କୁ ପଠାଇଥିଲେ । ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହାୟତା ରାଶି ଯୋଗାଇ ଦେବେ ବୋଲି ବନବିଭାଗ ପକ୍ଷରୁ ସୂଚନା ରହିଛି ।