ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ସୁରଙ୍ଗିପାଳ ତାରିଣୀ ମନ୍ଦିର ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ଆଜି ଭୋର ସକାଳୁ ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ମୃତ ଦନ୍ତାହାତୀର ପାଟିରେ କ୍ଷତ ସ୍ଥାନ ରହିଥିବା ବେଳେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ । ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ ଓ ଫରେଷ୍ଟର ତପନ ନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦନ୍ତାହାତୀଟି ଦୀର୍ଘ ଦିନ ଧରି ଅଞ୍ଚଳରେ ଉପଦ୍ରବ କରି ଚାଲିଥିବା ବେଳେ ବହୁ ଜୀବନହାନି ମଧ୍ୟ ଘଟାଇଥିବା ଦେଖିବାକୁ ମିଳିଛି । ରିଆମାଳ ରେଞ୍ଜ ସୁରଙ୍ଗିପାଳ ତାରିଣୀ ମନ୍ଦିର ନିକଟରେ ଆଜି ଏହି ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ବେଳେ ଦନ୍ତାହାତୀର ପାଟିରେ କ୍ଷତ ସ୍ଥାନ ରହିଛି ଓ ଏହା କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ଅଧିକ ତଦନ୍ତ ଚାଲିଛି।