ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସମୁଖରେ ବାରକୋଟ ବିଡ଼ିଓଙ୍କ ବଦଳି ଦାବିରେ ବ୍ଲକ ସମ୍ମୁଖରେ ଦେବଗଡ ବିଧାୟକ ଆଜି ଧାରଣାରେ ବସିଥିଲେ। ଅଭିଯୋଗ ଅନୁଯାୟୀ ବାରକୋଟ ବ୍ଳକ ବିଡ଼ିଓ ସ୍ମୁତି ରଞ୍ଜନ ସାହୁ ଙ୍କୁ ତୁରନ୍ତ ବହିଷ୍କାର ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବିଧାୟକ । ବିଡ଼ିଓ ସ୍ମୃତିରଞ୍ଜନ ସାହୁ ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗରେ ବାରକୋଟ ବ୍ଲକରୁ ତୁରନ୍ତ ତାଙ୍କୁ ବହିଷ୍କାର ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ସୂଚନାଅନୁଯାୟୀ ବିଡିଓ ସ୍ମୃତି ରଞ୍ଜନ ସାହୁଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ପ୍ରକାର ଦୁର୍ନିତୀ ଅଭିଯୋଗ ଆସିଥିଲା ଓ ତାଙ୍କ ନିଜ ସମ୍ପର୍କୀୟଙ୍କୁ ଆଣି ବାରକୋଟ ବ୍ଲକ ପାଇଁ ଆସୁଥିବା ଉନୟନମୂଳକ ଠିକା କାମରେ ନିୟୋଜିତ କରିବା,ମନରେଗା କାମରେ ପିସି ମାଗିବା,ପୂର୍ବରୁ କାର୍ଯ୍ୟ ହୋଇଥିବା ଠିକା ଦାରିଙ୍କର ବିଲ ନକରି ହୋଇରାଣ କରିବା,ଅଫିସ ରେ ନରହି ମନମୁଖୀ କାର୍ଯ୍ୟ କରିବା କୁ ବିରୋଧ କରି ବିଧାୟକ ରମାଞ୍ଚ ରଞ୍ଜନ ବିଶ୍ଵାଳ,ସମସ୍ତ କର୍ମିଙ୍କ ଗହଣରେ ଆସି ଧାରଣାରେ ବସିଥିଲେ। ଏହି ଦାବି ପୁରଣ ନହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ଦେବଗଡ଼ ବିଧାୟକ ଗଣମାଧ୍ୟମ ଆଗେ ପ୍ରକାଶ କରିଛନ୍ତି।
ରିପୋର୍ଟ: ପୁଷ୍ପାଞ୍ଜଳି ବେହେରା (ଦେବଗଡ଼)