ଅସହାୟ ନାରାୟଣ ପାଖରେ ପହଞ୍ଚି ପାରୁନି ସରକାର ଙ୍କ ମାଳ ମାଳ ଯୋଜନା

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସରକାର କରିଛନ୍ତି ଅନେକ ଜୋଜନା ।ହେଲେ ହେଲେ ତା ଉଚିତ ଜାଗାରେ ପହଞ୍ଚି ପାରୁନାହିଁ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ବମରାଜ୍ ଗ୍ରାମରେ ବାସ କରନ୍ତି ନାରାୟଣ ପଞ୍ଚବିହାର, ତାଙ୍କ ସ୍ତ୍ରୀ ଅନୁଷୟା ଓ ତିନି ବର୍ଷ ର ଗୋଟେ ଝିଅ । ନାରାୟଣ ପେଶାରେ ଜଣେ ମିସ୍ତ୍ରୀ ସେ ଦୁଇ ବର୍ଷ ତଳେ ଏକ bike ଦୁର୍ଘଟଣା ରେ ସବୁଦିନ ପାଇଁ ପଂଗୁ ହୋଇଯାଇଛନ୍ତି। ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଲେ ତା ପରେ ବୁର୍ଲା ରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି କହି ତାଙ୍କର ମେରୁଦଣ୍ଡ ରେ ଅସ୍ତ୍ରୋପଚାର ହେଲା ମାତ୍ର ତାହା ସଫଳ ନ ହେବାରୁ ସେ ଏବେ ପଙ୍ଗୁ ହୋଇ ତିନି ଚକିଆ ସାଇକେଲ ର ଆଶ୍ରୟ ନେଇଛନ୍ତି । ଅଭାବ ଅନାଟନ ମଧ୍ୟରେ ଦିନ କଟୁ ଥିବା ବେଳେ ସରକାର ଙ୍କ କୌଣସି ଜୋଜନା ମଧ୍ୟ ମିଳି ପାରୁ ନାହିଁ ତାକୁ ।ଉଚ୍ଚ ଚିକିତ୍ସା ତ କଣ ରହିବାକୁ ଗୋଟେ ଘର ମଧ୍ୟ ସରକାର ଦେଇ ପାରି ନାହାଁନ୍ତି । ଖରା , ବର୍ଷା , ସୀତ ସବୁ ତାଙ୍କର ସେହି ପଲିଥିନ୍ ଟଣା ଘରେ କଟୁଛି ଦିନ ।ସରପଞ୍ଚ କୁ ଅନେକ ବାର ଗୁହାରୀ କରିଥିଲେ ମଧ୍ୟ ଫଳ ଶୁନ । ସରକାର ଙ୍କ ମାଳ ମାଳ ଯୋଜନା ।ମାତ୍ର ଉଚିତ୍ ହିତାଧିକାରୀ ନ ପାଈ ତାହା ଯେମିତି ବାଟ ମାରଣ ହୋଇ ଯାଉଛି । ନିଶହାୟ ନାରାୟଣ ର ଦୁଃଖ ଦୁର୍ଦ୍ଦଶା କୁ ସରକାର କାନରେ ଟିକେ ଶୁଣି ଘର ଖଣ୍ଡିଏ ସହିତ ଉଚିତ୍ ଚିକିତ୍ସା ଯୋଗାଇ ବାକୁ ସାଧାରଣ ରେ ଦାବି ହେଉଛି ।

Comments (0)
Add Comment