ନବରଙ୍ଗପୁର (କୋଶଲ ନ୍ୟୁଜ୍):- ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ମା ଖଡିଆଙ୍କ ମନ୍ଦିର ନିକଟରେ ଶନିବାର ତାରିଖ 11/01/2025 ଅପରାହ୍ନ 4 ଘଣ୍ଟା ସମୟରେ ପାଞ୍ଚଖଣ୍ଡ ଗ୍ରାମ ଯଥା ଭେଜା, ଦୟାଗୁଡା, କଣ୍ଟାମଳ, ମୂଷାପାଳ, ଦହଣାମାଲ ଗ୍ରାମର ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମରେ ନୂତନ ସାପ୍ତାହିକ ହାଟ ଶୁଭାରମ୍ଭ ହେଲା। ମା ଖଡିଆଙ୍କ ମନ୍ଦିର ନିକଟରେ ଆଜି ଠାରୁ ପ୍ରତେକ ଶନିବାର ସାପ୍ତାହିକ ହାଟ ହେବ। ଏହି ଅଂଚଳରେ ପ୍ରଥମ ଥର ପାଇଁ ନୂଆ ହାଟ ଆରମ୍ବ ହୋଇ ଥିବାରୁ ଆଖା ପାଖ ଅଂଚଳରୁ ପ୍ରୟା ଦୁଇ ହଜାର ରୁ ଉର୍ଦ୍ଧ ଅଞ୍ଚଳ ବାସି ଉପସ୍ଥିତି ଥିଲେ। ନୂତନ ହାଟ ଆରମ୍ବ ହେବା ଖୁସିରେ ସ୍ଥାନୀୟ ବାସିନ୍ଦା ମାନଙ୍କ ମୋନରଞ୍ଜନ ପାଇଁ ରାତିରେ ଆଦିବାସୀ ନାଟକର ମଧ୍ୟ ବ୍ୟବସ୍ଥା କରାଯାଇଛି।ଏହି ହାଟ ଆରମ୍ବ ହେବା ପରେ ସମସ୍ତଙ୍କୁ ପନିପରିବା, ତେଜରାତି ସମାନ ସହ ଦୈନିକ ଆବଶ୍ୟକ ସମସ୍ତ ସାମଗ୍ରୀ ପାଖରେ ମିଳିବ ତେଣୁ ଅଞ୍ଚଳ ବାସି ବେଶ ଖୁସିରେ ଅଛନ୍ତି। ପୂର୍ବରୁ ଏହି ଅଞ୍ଚଳ ବାସୀଙ୍କୁ ଡାବୁଗାଁ ସପ୍ତାହିକ ହାଟ ଉପରେ ନିର୍ଭର କରିବାକୁ ପଡୁଥିଲା।
ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)