ତାଳଚେର (କୋଶଲ ନ୍ୟୁଜ୍):- କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ପଳାଶ ବାହାଳି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ସୁପ୍ରଭା ସେଠୀ ଯୋଗ ଦେଇ ସମାଜରେ ଜଣେ ଭଲ ମଣିଷ ହେବା ସହ ଦେଶ ମାତୃକାର ସେବାରେ ସମର୍ପିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜାତି ଚରଣ ଭୁତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରୀ ସୁଶାନ୍ତ କୁମାର ବେହେରା ମୂଖ୍ୟ ବକ୍ତା ଭାବେ ଯୋଗଦେଇ ବାର୍ଷିକ ଉତ୍ସବର ଗୁରୁତ୍ବ ସମ୍ପର୍କରେ ଅଭିମତ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ କଣିହାଁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଜୟଶ୍ରୀ ଧଳ,ଆଞ୍ଚଳିକ ସାଧନ କେନ୍ଦ୍ରର ସାଧନ କର୍ମୀ ଆଦିତ୍ୟ କୁମାର ପ୍ରଧାନ, ବାଲିପଶି ସରପଞ୍ଚ ହାଡିବନ୍ଧୁ ସେଠୀ, ଶିକ୍ଷାବିତ୍ ମଦନ ମୋହନ ସାହୁ, ଦିଗାମ୍ବର ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲା । ସହକାରୀ ଶିକ୍ଷୟିତ୍ରୀ ଲୋପାମୁଦ୍ରା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟର ମହିଳା ମାଟ୍ରନ ବିଳାସିନୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।