ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ଲାକ୍ଷପତି ଦିଦି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ସୂଚନାଯୋଗ୍ୟ ଗତକାଲି ଅପରାହ୍ନ ୨ ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସ୍ତରୀୟ ଲାକ୍ଷପତି ଦିଦି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ବାହାରୁ ଜଣେ ପ୍ରଶିକୟ ଦିଦି ଆସି ପ୍ରଶିକ୍ଷଣ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ମିଶନ ଶକ୍ତି ବିଭାଗର ବ୍ଲକ ପ୍ରଗ୍ରାମ ମେନେଜର ଡିକେ ନାୟକ,ବିପିସି ନବୀନ ଭତ୍ରା,ସମସ୍ତ ଏମବିକେ, ସିଆରପି, ସମସ୍ତ ପଞ୍ଚାୟତର ଜିପିଏଲଏଫ ର ସଭାପତି ସମ୍ପାଦିକା ଉପସ୍ଥିର ଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହେଲା।
ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)