ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ


ଦେବଗଡ଼(କୋଶଲ ନ୍ୟୁଜ୍):- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଷଣ ମାସ ସେପ୍ଟେମ୍ୱର ୧୭ ରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ସୁରତୀ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ , ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ବଂଶିଧର ପାତ୍ର , ଆସିଷ୍ଟାଣ୍ଡ ମ୍ୟାନେଜର ଆର୍ ବି ଏସ୍ କେ ମୁକେଶ ଭୋଇ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଶିଶୁଙ୍କୁ ପୂଷ୍ଟିକର ତଥା ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇଦେବା ସହିତ ଏକ ସୁସ୍ଥ ଜୀବନ ଶିଶୁ ର ଜନ୍ମଠାରୁ ଏକ ହଜାର ଦିନରେ ଗୁରୁତ୍ଵ ହିତାଧିକାରୀ ପଞ୍ଜୀକୃତ ଓ ସେମାନଙ୍କୁ ପୋଷଣ ଟ୍ରାକରେ ସାମିଲ କରିବା,ଶିଶୁ ଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ଏବଂ ଶିଶୁକୁ କିପରି ସୁସ୍ଥ ଜୀବନ ଶୈଳୀ ଦିଆଯାଇପାରିବ ସେହି ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପୋଷଣ ଉପରେ ଚିତ୍ରାଙ୍କନ, ଜଣା ଅଜଣା,ଓଡ଼ିଆ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରଯାଇଥିଲା । ତିନି ବ୍ଲକ ର ପୁରୁଷ ଯତ୍ନ ପ୍ରଦାନକାରି ବାରକୋଟ ବ୍ଲକର ଭେସେଜ୍ କୁମାର ଧଳ, ତିଳେଇବଣି ବ୍ଲକର ଜୟ ଧାଙ୍ଗର,ରିଆମାଳ ବ୍ଲକ ର ଦୂର୍ବଦଳ ପ୍ରଧାନ ଙ୍କୁ ମାନପତ୍ର ଦେଇ ପୁରସ୍କୃତ କରଯାଇଥିଲା।ଏହି ଅବସରରେ ବିଭିନ୍ନ ପ୍ରକାର ଖାଦ୍ୟ ର ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା। ବୈଠକରେ ଆଶା,ଏସ ଏଚ ଜି ,ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ , ଛାତ୍ର, ଛାତ୍ରୀ , ଡିପିସି ମମତା , ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ସୁପର ଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକୁ ସଂଯୋଜନା କରିଥିଲେ ଜିଲ୍ଲା ସଂଯୋଜକ ପୋଷଣ ମନୋଜ କୁମାର ଆଚାର୍ଯ୍ୟ।

Comments (0)
Add Comment