ଶିଶୁବାଟିକାରେ ନାମ ଲେଖାଇବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଶୁଭାରମ୍ଭ


ଦେବଗଡ଼(କୋଶଲ ନ୍ୟୁଜ୍):- ସମଗ୍ରଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜ଼ିଲ୍ଲାର ସରକାରୀ ବିଦ୍ୟାଳୟମାନଙ୍କ ରେ ୫ ବର୍ଷରୁ ଉର୍ଦ୍ଧ ଶିଶୁ ମାନଙ୍କର ଶିଶୁବାଟିକା ଓ ୬ ବର୍ଷରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅଭିଭାବକମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ ହୋଇଅଛି। ପୂର୍ବାହ୍ନରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଓ ଜ଼ିଲ୍ଲା ଯୋଜନା ସଂଯୋଜକ ତପନ କୁମାର ପ୍ରଧାନ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଶୁଭାରମ୍ଭ କରିଥିଲେ। ଏହାପରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୁଜୁର ଓ ଜ଼ିଲ୍ଲା ଯୋଜନା ସଂଯୋଜକ ଶ୍ରୀ ପ୍ରଧାନ ପୌରାଞ୍ଚଳ ୧୧ ଓ ୫ ନମ୍ବର ୱାର୍ଡ ରେ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ ସହ ପ୍ରବେଶ ଉତ୍ସବ ଖଡ଼ିଛୁଆଁ କାର୍ଯ୍ୟକ୍ରମ ରେ ସମସ୍ତେ ଉପସ୍ଥିତ ରହି ନାମ ଲେଖାଇବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସେହିପରି ବାରକୋଟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗାୟତ୍ରୀ ସାହୁ, ଡଂରା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାଧବ ବିଶ୍ୱାଳ,ରିଆମାଳରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଯୁକ୍ତା ସାମଲ, ବନିତା ବେହେରା,ତିଳେଇବଣି ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ସିଂ ସାମଡ଼ କଲଣ୍ଡା ଠାରେ ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହରିପ୍ରିୟା ସାହୁ,ଶୈକ୍ଷିକ ତତ୍ତ୍ୱ ସଂଯୋଜିକା ଜୟଶ୍ରୀ ଅମାତ୍ୟ ଅଭିଭାବକ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କରିବା ସହ ଅଭିଭାବକ ମାନଙ୍କ ଘରକୁ ଯାଇ ପ୍ରବେଶ ଉତ୍ସବ ଖଡ଼ିଛୁଆଁ ରେ ବିଦ୍ୟାଳୟରେ ଶିଶୁ ଉପସ୍ଥିତ ରହି ନାମ ଲେଖାଇବା ନିମନ୍ତେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ସି. ଆର. ସି. ସି. ଚୂଡ଼ାମଣି ସାହୁ, ପ୍ରାଣବନ୍ଧୁ ଘଡେଇ, ବସନ୍ତ କୁମାର ବେହେରା, ଯଦୁମଣି ବେହେରା, କୁମୁଦବନ୍ଧୁ ପ୍ରଧାନ, ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ପ୍ରକାଶ ଥାଉ କି ଚଳିତ ଶିକ୍ଷା ବର୍ଷ ୪୪୬ଟି ସରକାରୀ ବିଦ୍ୟାଳୟରେ ଶିଶୁ ବଟିକା ଶ୍ରେଣୀ ରେ ୩୨୨୬ ଓ ପ୍ରଥମ ଶ୍ରେଣୀ ରେ ୧୯୪୩ ଜଣ ଯୋଗ୍ୟ ଶିଶୁମାନଙ୍କ ଅଭିଭାବକ ମାନଙ୍କୁ ପ୍ରବେଶ ଉତ୍ସବରେ ନିମନ୍ତ୍ରଣ ପଠାଯିବାର ସମଗ୍ର ଶିକ୍ଷା ତରଫରୁ ବ୍ୟବସ୍ଥା କରାଯିବା ସହ ଏହି ପ୍ରକ୍ରିୟା ଆଗାମୀ ୨୫ ତାରିଖ ସୁଦ୍ଧା ସମାପ୍ତ କରାଯିବା ନିମନ୍ତେ ଧାର୍ଯ୍ୟ କରାଯାଇଅଛି।
ରିପୋର୍ଟ : ପୁଷ୍ପାଞ୍ଜଳୀ ବେହେରା (ଦେବଗଡ )

Comments (0)
Add Comment