ତାଳଚେର (କୋଶଲ ନ୍ୟୁଜ୍):- ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାବେ ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକଙ୍କର ନାମ ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘୋଷଣା କରିଛନ୍ତି । ଯଯାତି ପଟ୍ଟନାୟକଙ୍କର ନାମ ଘୋଷଣା ହେବା ପରେ ବିଜେପି ପକ୍ଷରୁ ତଥା ବିଭିନ୍ନ ମହଲ ରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ର ସୁଅ ଛୁଟିଛି । ତାଙ୍କର ତାଳଚେର ସ୍ଥିତ ବାସଭବନ କୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ କାର୍ଯ୍ୟକର୍ତା ମାନେ ଆସି ଶୁଭେଚ୍ଛା ଜଣାଉଛନ୍ତି । ସୋମବାର ଦିନ ତମାମ ତାଙ୍କର ବାସଭବନ ରେ ଗହଳି ଲାଗି ରହିଥିଲା ।
ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ରେଳ ମଣ୍ଡଳ ସଭାପତି ବରୁଣ ସାହୁ, ତାଳଚେର ପୌର ମଣ୍ଡଳ ର ସାଧାରଣ ସମ୍ପାଦକ ନିରୋଜ ଦାସ ଓ ଜ୍ଞାନେନ୍ଦ୍ରୀୟ ସେଠି, ରାଜେଶ ଦଳେଇ, ଜଗଦୀଶ ସିଂହ, ପୂର୍ଣଚନ୍ଦ୍ର ବେହେରା, ସୁକାନ୍ତ ରାୟ, ଜିତେନ୍ଦ୍ର ଦାସ, ଅରବିନ୍ଦ ମିଶ୍ର, ,ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ, ଅକ୍ଷୟ ବିଶ୍ୱାଳ,ବିଜୟ ନାଏକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ମଧ୍ୟ ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି ।