ଦେବଗଡ଼ (କୋଶଲ ନ୍ୟୁଜ୍):- ସରକାରୀ ପ୍ରାଥମିକ ବିଦ୍ୟାଳୟ ତାବଡା କଲୋନୀ ଠାରେ ୧୪ତମ କ୍ଲଷ୍ଟର ସ୍ତରୀୟ ନେତାଜୀ ଓ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ
ହୋଇଯାଇଛି ।
ଉକ୍ତ ଉତ୍ସବରେ ଉଦଘାଟନୀ ସମାହାରରେ ସମାଜସେବୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ, ପୂର୍ବତନ ସଭାପତି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧିକ୍ଷକ ଶ୍ରୀଯୁକ୍ତ ପଞ୍ଜିଆ ଭୋଇ,ଗୋହିରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁମୁଦ ବନ୍ଧୁ ପୃଷ୍ଟି,ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ଭୋଇ, ତାବଡା ଗ୍ରାମ ପଞ୍ଚାୟତ ସମିତିସଭ୍ୟ ଶ୍ରୀମତୀ ରଞ୍ଜିତା ନାଥ ଆଠ ଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧିରେନ୍ ବିଶ୍ଵାଳ, ସି ଆର ସି ସି ଶ୍ରୀଯୁକ୍ତ ସତ୍ୟପୀର ଭୋଇ ଯୋଗଦେଇ କ୍ରୀଡା ଉତ୍ସବକୁ ଆରମ୍ଭ କରିଥିଲେ । ଉକ୍ତ କ୍ରୀଡା ଉତ୍ସବରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।ସେହିପରି ଉଦଯାପନୀ ଉତ୍ସବରେ ଶ୍ରୀଯୁକ୍ତ ପାଞ୍ଜିଆ ଭୋଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ଵାଳ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କୌଶିକ କୁମାର ପ୍ରଧାନ, ଗୁଣ୍ଡିଆପାଲି ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ କୁମାର ଆଚାର୍ଯ୍ୟ, ତେନ୍ତଳlବାହାଳ ସରପଞ୍ଚ ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା,ତେନ୍ତଳlବାହାଳ ସମିତିସଭ୍ୟ ବିଶ୍ୱଜିତ୍ ନନ୍ଦ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୋଳେଶ୍ୱର ଗଡ଼ନାୟକ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶ୍ରୀଯୁକ୍ତ ପ୍ରଶ୍ନ କୁମାର ପ୍ରଧାନ,ଶ୍ରୀଯୁକ୍ତ ବାପିସ ବେହେରା,ଶ୍ରୀଯୁକ୍ତ ପୁରନ୍ଦର ବିଶ୍ଵାଳ,ଶ୍ରୀଯୁକ୍ତ ଗଙ୍ଗାରାମ ମୁଣ୍ଡା, ଶ୍ରୀଯୁକ୍ତ ପଙ୍କଜ କୁମାର ବାରିକ, ଶ୍ରୀଯୁକ୍ତ ସତିକାନ୍ତ ପ୍ରଧାନ,ଶ୍ରୀମତୀ ଶେଫାଳୀ ପ୍ରଧାନ,ଶ୍ରୀମତୀ ସୁମିତ୍ରା ଭୋଇ,ଶ୍ରୀମତୀ ସୁକାନ୍ତି ବେହେରା,ଶ୍ରୀମତୀ ରଶ୍ମିତା ମାଝୀ,ଶ୍ରୀମତୀ ରଶ୍ମିତା ପ୍ରଧାନ,ଶ୍ରୀମତୀ ମମତା ବିଶ୍ଵାଳ,ଶ୍ରୀମତୀ ସଂଯୁକ୍ତା ଭୋଇ,ଶ୍ରୀମତୀ ମନ୍ଦାକିନୀ ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ଶେଷରେ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।