ବାରହା ଫାଶରେ ଲାଗି ନାବାଳିକା ଗୁରୁତର

ତେଲକୋଇ: ତେଲକୋଇ ବନାଞ୍ଚଳ ଅଧିନସ୍ଥ ଦେଉଳଡିହା ପଞ୍ଚାୟତର ଉଦୟଗିରି ଗ୍ରାମରେ ବାରହା ପାଇଁ ଲଗାଯାଇଥିବା ବିଦ୍ୟୁତ ଫାଶରେ ଲାଗି ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଉଦୟଗିରୀ ଗ୍ରାମର ନାବାଳିକା ଘର ପାଖ କାପନାଳୀ ଜଙ୍ଗଲ ନିକଟକୁ ଯାଇଥିଲେ। ପୂର୍ବରୁ ସେହି ଜଙ୍ଗଲରେ କେହି ବାରହା ପାଇଁ ବିଦ୍ୟୁତ ଫାଶ ବିଛାଇଥିବା ସେ ଜାଣି ନପାରି ଫାଶରେ ଲାଗିଯାଇଥିଲେ। ଫାଶ ରେ ବିଦ୍ୟୁତ ସଂଯୋଗ ଥିବାରୁ ସେହିଠାରେ ଅଚେତ ହୋଇପଡ଼ିଥିଲେ । କିଛି ସମୟ ପରେ ଚେତା ଫେରିବାରୁ ସେ ନିଜେ ବହୁ କଷ୍ଟ ରେ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ରୋଗୀଯାନ ଦ୍ବାରା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

Comments (0)
Add Comment