ଦେବଗଡ଼ (କୋଶଲ ନ୍ୟୁଜ୍):- ଅଭିଯୋଗ ଆସିଲା ଦେବଗଡ଼ ଆଦର୍ଶ ଥାନା କୁ , ଜୟ ବଜରଙ୍ଗବଳି H.P ଗ୍ୟାସ agency ବିରୋଧ ରେ ଗ୍ୟାସ ଗ୍ରାହକ ସୁମତି ସାହୁ ଦେବଗଡ଼ ମୁଖ୍ୟ ଆଦର୍ଶ ଥାନା ରେ ଆଣିଲେ ଅଭିଯୋଗ । ସୁମତି ସାହୁ ପୌରାଞ୍ଚଳ ଅଧିନସ୍ତ ବେଞ୍ଜାତିନାଳି ୧୦ ନମ୍ବର ୱାର୍ଡ ର ବାସିନ୍ଦା ସେ ଦେବଗଡ ମିଶ୍ର H. P. ଗ୍ୟାସ agency ଖାତା ନଂ -616556 ର ଗ୍ରାହକ ଥିଲେ । ୨୦୨୦ ମସିହା ଠାରୁ ପ୍ରାୟ ପାଞ୍ଚ ବର୍ଷ ହେବ, ଗ୍ୟାସ ବ୍ୟବହାର କରି ଆସୁଥିଲେ । ତେବେ ଗତ ଫେବୃଆରୀ ମାସ ଠାରୁ ଦେବଗଡ଼ ମିଶ୍ର H.P ଗ୍ୟାସ agency ତାଙ୍କୁ ଗ୍ୟାସ ଦେବା କୁ ମନା କରିଥିଲେ । କାରଣ ସୁମତି ସାହୁ ଙ୍କ ନାମ ରେ ଆଉ ଗୋଟେ ଗ୍ୟାସ ବ୍ୟବହାର ହେଉଛି ବୋଲି ତାଙ୍କୁ ଗ୍ୟାସ ଟାଙ୍କି ମିଳିବ ନାହିଁ ବୋଲି ମିଶ୍ର agency କହିଥିଲେ । କିନ୍ତୁ ସୁମତି ସାହୁ ତାଙ୍କ ନାମରେ ଥିବା ଗ୍ୟାସ ବ୍ୟବହାର କିଏ କରୁଛି । ସେ ଏଥିରେ ଅବଗତ ନ ଥିଲେ । ଏହି ଫୋର୍ଜରୀ (ଜାଲିଆତି ) କରି ଗ୍ୟାସ ଟି କୁ ଅନ୍ୟ କେହି ବ୍ୟବହାର କରୁଥିବା ଶୁଣି ସୁମତି
ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଜୟ ବଜରଙ୍ଗବାଲି H. P ଗ୍ୟାସ agency ଦଦରାଘାଟି, ଘାଗରାମୁଣ୍ଡା ଢେଙ୍କାନାଳ ଜିଲ୍ଲାର ଖାତା ନଂ 604891 ରେ କେହି ଜଣେ ସୁମତି ସାହୁ ଙ୍କ ନାମ ରେ ଜାଲିଆତି କରି agency ଦେଇ ଥିବା ର ଜଣା ପଡିବା ରୁ ସୁମତି ସାହୁ ଆଜି ଦେବଗଡ ଥାନା ର ଦ୍ଵାରସ୍ତ ହୋଇଛନ୍ତି । ତେବେ ଏ ଘଟଣା ଟିକୁ ତଦନ୍ତକାରି ଅଫିସର ବିନୋଦ ବିହାରୀ ନାୟକ ତଦନ୍ତ କରୁଥିବାର ସୂଚନା ରହିଛି । ତେବେ ଏ ଭଳି ଗ୍ୟାସ ର ଜାଲିଆତି କରୁଥିବା agency କୁ ସ୍ଥାନୀୟ ଅଞ୍ଚଳ ରେ ଦୃଢ ନିନ୍ଦା କରିବା ସହିତ ଅପରାଧୀ ଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଇଛି । ରିପୋର୍ଟ: ପୁଷ୍ପାଞ୍ଜଳି ବେହେରା (ଦେବଗଡ଼)