ଗୁଣ୍ଡିଆପାଲି ପଞ୍ଚାୟତରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ମଡେଲ ପଞ୍ଚାୟତ ଭାବରେ ଚୟନ କରାଯାଇଥିଲା।

ମନରେଗା ଯୋଜନାର ହିତାଧିକାରୀ ଶ୍ରୀ ସନ୍ତୋଷ କୁମାର ପାନ୍ନା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀ ସତ୍ୟଜିତ ପୃଷ୍ଟି, ବ୍ଲକ ସାମାଜିକ ସମୀକ୍ଷକ ହିମାଂଶୁ ଶେଖର ଦାସ, ଗୁଣ୍ଡିଆପାଲି ସରପଞ୍ଚ ଶ୍ରୀ ପ୍ରକାଶ କୁମାର ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିତେନ୍ଦ୍ରିୟ ସାମଲ ଉପସ୍ଥିତ ଥିଲେ।

ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ପୁଙ୍ଖାନୁପୁଙ୍ଖି ଭାବରେ ଆଲୋଚନା କରାଯାଇଥିଲା। ଦୀର୍ଘ ୧୫ଦିନ ଧରି ଗ୍ରାମ ସମ୍ଫଳ ବ୍ୟକ୍ତି ରଶ୍ମିତା ସାହୁ, ପିଙ୍କି ବେହେରା, ଅନିତା ମହାକୂଳ, ଗ୍ରାମପଞ୍ଚାୟତ ଓ ଗ୍ରାମର ବ୍ୟକ୍ତି ବିଶେଷଜ୍ଞଙ୍କୁ ନେଇ ସମୀକ୍ଷା କରିଥିଲେ। ସଭା ଶେଷରେ ଯୋଗାଣ ସହାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment