ଗଞ୍ଜାମ (କୋଶଲ ନ୍ୟୁଜ୍):- ସମାଜ ସେବା କରି କରି ଆମକୁ ଛାଡ଼ି କେତେବେଳେ ଯେ ଚାଲିଗଲ ସେଇଟା ମା ମଧ୍ୟ ଜାଣିପାରିଲା ନାହିଁ । କରୁଣ ରାଗିଣୀ ର ଅନ୍ଧାର ରେ ମା ଆମକୁ ଅନେକ ସମୟ ରେ ସାହସ ଦେଇଛି ହେଲେ ତମେ ତ ଅନେକ ଶାସ୍ତ୍ର ଓ ଜ୍ଞାନ ର ଭଣ୍ଡାର ଆଉ ତମେ ଦେଇଥିବା ମତେ ଜ୍ଞାନ ମୋ ପାଇଁ ବଡ଼ ଉଦାହରଣ ପାଲଟି ଯାଇଛି । ଯେତେବେଳେ ତମେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲ ସେତେବେଳେ ସାହି ପଡୋଶୀ , ବନ୍ଧୁ ବାନ୍ଧବ , ପରିବାର ବର୍ଗ ସମସ୍ତେ ଭୋ ଭୋ କରି କାନ୍ଦି ଉଠିଥିଲେ ହେଲେ ମାଆ ସତେ ଯେମିତି ନିଶ୍ଚଳ ହୋଇଯାଇଥିଲା ସତେ ଯେମିତି ପରିବେଶ ଓ ପ୍ରକୃତି ନିଶବ୍ଦ ହୋଇଯାଇଥିଲା ଆଉ ପ୍ରକୃତି ର ଏହିଭଳି ନିଶବ୍ଦ କୁ ଦେଖି ଏହା ପ୍ରତୀତ ହେଉଥିଲା ଯେ , ଗୋଟେ ଅମୂଲ୍ୟ ରତ୍ନ କୁ ହରାଇ ଦେଇଛି ଧରିତ୍ରୀ ମାତା । ବାପା ଯଦି ବିଷ ପାନ କରିଥିବା ଶ୍ରୀ ନୀଳକଣ୍ଠ ହୋଇଥାଆନ୍ତି ତେବେ ମାଆ ହେଉଛନ୍ତି ସାକ୍ଷାତ୍ ଅନ୍ନପୂର୍ଣ୍ଣା ଦେବୀ ସଂସାର ର ଦୁଇଟି ଅମୂଲ୍ୟ ସମ୍ପଦ ହେଲା ବାପା ଆଉ ମା କଥାରେ ଅଛି ଯାହାର ବାପା ଅଛ ତାର ପରିଚୟ ଅଛି ଆଉ ଯାହାର ମା ଅଛି ତାର ନାଁ ମଧ୍ୟ ଅଛି । ହେଲେ କାହିଁକି କେଜାଣି ତମ ଫଟୋ କୁ ଦେଖିଦେଲେ ଏମିତି ପ୍ରତୀତ ହେଉଛି ଯେମିତି ତମେ ଏଇଠି କୋଉଠି ଅଛ ଆଜିବି ବିଶ୍ୱାସ ହେଉନି ଯେ ତମେ ଆମକୁ ସଂସାର ରୂପକ ନୌକା ରେ ବସାଇ ଛାଡ଼ି ଚାଲି ଯାଇଛ । ତମର ଏ ଅନୁପସ୍ଥିତ ଆଜି ମୋ ମନକୁ ବହୁତ୍ ଆନ୍ଦୋଳିତ କରେ ହେଲେ କୌଣସି ଉତ୍ତର କିମ୍ବା ପ୍ରତି ଉତ୍ତର ଦେଇ ପାରେନା ବାପା । ତମର ଏ ହତ ଭାଗା ଆଜି ବି ତମ ଅପେକ୍ଷା ରେ ରହିଛି ହେଲେ ଥରୁଟିଏ ଆସି ଦେଖାଦେଇ ଯାଆନ୍ତନି ବାପା ତମେ ଥିଲେ ମୋର ଆଉ କିଛି ଆବଶ୍ୟକ ପଡେନାହିଁ ବାପା କାରଣ ତୁମକୁ ଦେଖିଦେଲେ ମୋ ଛାତିରେ ସହେ ହାତୀର ବଳ ପଳେଇ ଆସେ ହେଲେ ଆଜିକୁ ୧ ବର୍ଷ ଆମ ସମସ୍ତଙ୍କୁ ସଂସାର ଡଙ୍ଗାରେ ଛାଡ଼ି ଚାଲି ଯାଇଛ ସତେ ଯେମିତି ଲାଗୁଛି ଶହେ ବର୍ଷ ହେବ ତମେ ଆମକୁ ଛାଡ଼ି ଚାଲି ଯାଇଛ । ମୁ ନିଶବ୍ଦ , ମୁକ , ବଧିର ପାଲଟି ଯାଇଛି ବାପା ମୁ ବଧିର ପାଲଟି ଯାଇଛି ….! ଆସନ୍ତୁ ସେ ପରମ ପୂଜ୍ୟ ଦେବ ତୁଲ୍ୟ ମାନବ ରୂପୀ ବାପା ଙ୍କ ଚରଣ ରେ ପୁଷ୍ପମାଲ୍ୟ ଦେଇ ଆଶ୍ରୀବାଦ ନେବା ।