ମୂଲ୍ୟବାନ ସଗୁଆନ ଓ ପିୟାସାଲ କାଠ ଚୋରା ଚାଲାଣ ବେଳେ ଧରା ପଡିଲେ ଚାରି ଅଭିଯୁକ୍ତ

ମୂଲ୍ୟବାନ ସଗୁଆନ ଓ ପିୟାସାଲ କାଠ ଚୋରା ଚାଲାଣ ବେଳେ ଧରା ପଡିଲେ ଚାରି ଅଭିଯୁକ୍ତ l ପ୍ରାୟ 120 sft କାଠ ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ l ବିଶେଷ ସୂତ୍ରରୁ ଖବର ପାଇ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ ଙ୍କ ନିର୍ଦେଶ କ୍ରମେ ଶ୍ରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ଏକ ଟିମ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା MPV- 24 ଗ୍ରାମ ନିକଟରେ ଜଗିଥିଲି l ସେହି ସମୟରେ ଦୁଇଟି ଟ୍ରାକ୍ଟର ଯୋଗେ 4 ଜଣ ଲୋକ ମୂଲ୍ୟବାନ ସଗୁଆନ ଓ ପିୟାସାଲ କାଠ ନେଇ ଯାଉଥିଲେ l ଅପରାଧୀ ମାନେ ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ପଳାୟନ କରିବାର ଚେଷ୍ଟା କରିଥିଲେ ମାତ୍ର ସଫଳ ହେଇ ପାରିନ ଥିଲେ l ଘଟଣା ସ୍ଥାନରୁ ବନ ବିଭାଗ କର୍ମଚାରୀ ମାନେ ଦୁଇଟି ଟ୍ରାକ୍ଟର ବୋଝଇ କାଠ ଓ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ଧରା ପଡିଥିବା ଅଭିଯୁକ୍ତ ମାନେ ହେଲେ MV39 ଗ୍ରାମର ଭୈରବ ଧର ଓ ମିଣ୍ଟୁ ବିଶ୍ୱାସ ଅନ୍ୟ ଦୁଇ ଅଭିଯୁକ୍ତ କଠେଲ ଗୁଡ଼ା ଗ୍ରାମର କଷା ସୋଡି ଓ ଦେବ ପୂଜାରୀ ବୋଲି ଜଣା ପଡିଛି l

ଅଭିଯୁକ୍ତଙ୍କ ଉପରେ ମୂଲ୍ୟବାନ ସଗୁଆନ ଓ ପିୟାସାଲ ର କାଠର ଚୋରା ଚାଲାଣ ପାଇଁ ଜଙ୍ଗଲ ବିଭାଗ କେଶ ନମ୍ବର 5/21 ଏବଂ 6/21 ଗିରଫ କରାଯାଇଛି l ଜବତ ଜଙ୍ଗଲଜାତ ଦ୍ରବ୍ଯ ଏବଂ ଟ୍ରାକ୍ଟର ଗୁଡିକ ବନାଞ୍ଚଳ କାର୍ଯ୍ୟାଳୟ ମାଲକାନଗିରି ଠାରେ ଜବତ ରଖାଯାଇଅଛି। ଏହି ଘଟଣା ରେ ଜଡିତ ଲୋକଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା ଶ୍ରୀ ବିଶୋଇ ଜଣେଇଛନ୍ତି।

Comments (0)
Add Comment