ନବରଙ୍ଗପୁର (କୋଶଲ ନ୍ୟୁଜ୍):- କଷାଗୁମୁଡା ବ୍ଲକ ଅନ୍ତର୍ଗତ ବିଏମ ସେମଳାରେ ହିନ୍ଦୁ ଧର୍ମ ର ରକ୍ଷା ପାଇଁ ଏକ ବୈଠକ ମହିମା ଆଶ୍ରମ ରେ ଅନୁଷ୍ଠିତ ହୋଇ ଯାଇଛି।
ପରମ ପୂଜ୍ୟ ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମ ଅବଧୂତ ବିଭୀଷଣ ବାବା, ବ୍ରହ୍ମ ଅବଧୂତ ବଳି ବାବା, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ, ଧନୁର୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ ପୂଜାରୀ, ପୂର୍ବତନ ସରପଂଚ ଗୁରୁବାରୁ ଭତ୍ରା, ରାମ ଭତ୍ରା ତଥା ଶତାଧିକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ। ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ଏବଂ ବିଶ୍ଵ ଶାନ୍ତି ପାଇଁ ନିଜ ବକ୍ତବ୍ୟ ରେ ଡମ୍ବରୁ ବାବା କହିଥିଲେ। ଗୋ ହତ୍ୟା ବନ୍ଦ କରିବା ପାଇଁ ଏବଂ ଅନ୍ୟାୟ ଧର୍ମାନ୍ତରଣ ବନ୍ଦ କରିବା ପାଇଁ ଦୃଢକ୍ତି ପ୍ରକାଶ କରିଥିଲେ ସୂର୍ଯ୍ୟବଂଶୀ ଜୟନ୍ତ।
ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)