ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦେବଗଡ଼ ଜିଲ୍ଲାରେ ପ୍ରତିବାଦ

ଦେବଗଡ଼ (କୋଶଲ ନ୍ୟୁଜ୍):- ବାଲେଶ୍ଵର ଜିଲା ଫକିର ମୋହନ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀ ବିଶୀ ବାରମ୍ବାର ନିର୍ଯାପିତ ହେଲାପରେ ଆତ୍ମା ହୁତି ଦେଲେ ତାଙ୍କ କଥା ସରକାର ଶୁଣିଲେ ନାହିଁ । ଗତକାଲି ରାତିରେ ସେ ପ୍ରାଣ ତ୍ୟାଗ କରିବା ପରେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ  ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ତାଙ୍କ କୁଶପୂତଳିକା ମଡେଲ ଡିଗ୍ରୀ କଲେଜ ସମ୍ମୁଖରେ ଦାହ କରିଛନ୍ତି କଲେଜ୍ ଛାତ୍ରଛାତ୍ରୀ ଓ କଂଗ୍ରେସ ।

ଏହି ସମୟରେ କଂଗ୍ରେସ ଜିଲ୍ଲା ସଭାପତି ସେମ୍ ହେମ୍ବ୍ରମ, ପୂର୍ବତନ ମହିଳା କଂଗ୍ରେସ ସଭାପତି ଲିତା ଆଚାର୍ଯ୍ୟ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀତମ କୁମାର ସାହୁ ପୂର୍ବତନ ନଗର କଂଗ୍ରେସ୍ ସଭାପତି ରେବତୀ ମୋହନ ପଟ୍ଟନାୟକ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଲମାନ ହେନେଜ୍, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଆନନ୍ଦ କୁଲା , ପୂର୍ବତନ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର, ଆକାଶ ଦାସ, ଜିତେନ୍ଦ୍ର ବେହେରା, ବୁଲୁ ଧଳ, ସାଗର ପ୍ରଧାନ, ଶୁମନ୍ତ ବେହେରା, ବିଲେନ୍ ତିଳୁ, ଦୁଃଖବନ୍ଧୁ ମୁଣ୍ଡା, ସୁଶୀଲ ଗୁଡିଆ, ଓ କଲେଜ୍ ଛାତ୍ର ଛାତ୍ରୀ ମାନେ ସମର୍ଥନ ରେ ଉପସ୍ଥିତ ଥିଲେ ।

Comments (0)
Add Comment