ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଦେବଗଡ଼(କୋଶଲ ନ୍ୟୁଜ୍):- ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଆସନ୍ତା ୨୭ ଅକ୍ଟୋବର ୨୦୨୫ ଠାରୁ ୨ ନଭେମ୍ବର ୨୦୨୫ ଦେବଗଡ଼ ସଦର ମହକୁମା ,ବ୍ଲକ୍ ଓଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବ।ଏହି ଅବସରରେ ସାଧାରଣ ସଭା ,ସମୂହ ଶପଥ ପାଠ ,ସଚେତନତା ଶୋଭା ଯାତ୍ରା, ଆଲୋଚନା ଚକ୍ର ,ବିଭିନ୍ନ ଗ୍ରାମ ପଞ୍ଚାୟତ ବ୍ଲକ୍ ମାନଙ୍କରେ ଗ୍ରାମ ସଭା ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ,ସ୍ଲୋଗାନ ,ଦୁର୍ନୀତି ନିବାରଣ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା , ଜଣା ଅଜଣା ପ୍ରତିଯୋଗିତା କରିବା ପାଇଁ ସ୍ଥିର କରାଯାଇଛି।ବୈଠକରେ ଏ ସି ଏଫ୍ ଅରୁଣ କୁମାର ବେହେରା, ଇନ୍ସପେକ୍ଟର ଦୁର୍ନୀତି ନିବାରଣ ସାବିତ୍ରୀ ଖାକା,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ , ପ୍ରକଳ୍ପ ପ୍ରଶାସିକ ଟିଏଆଇଟିଡିଏ ସନ୍ଧ୍ୟା ମାଝି ,ନିୟୋଜନ ଅଧିକାରୀ କେ ରୋଜା ଡୋରା,ଗୋଷ୍ଠି ଉନ୍ନୟନ ଅଧିକାରୀ ରିଆମାଳ ଆଦିତ୍ୟ କୁମାର ପଣ୍ଡା,ଗୋଷ୍ଠି ଉନ୍ନୟନ ଅଧିକାରୀ ତିଳେଇବଣି ପ୍ରିୟଦର୍ଶିନୀ ମିର୍ଦ୍ଧା, ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment