ଭାଗବତକଥା ଉତ୍ତମ ସଙ୍ଗେ ସଙ୍ଗ ଯାର


ନନ୍ଦୁ କହିଲା- ମୁଁ ମିଛ ନ କହିଲେ ମୋର ପେଟ ଫୁଲାଏ ! ଏହା ଶୁଣିସାରି ତା’ର ସାଙ୍ଗ,
ଚନ୍ଦୁ କହିଲା- ମୁଁ ଜାଣିଛି ତୁ ଏଇ ପେଟ ଫୁଲା ରୋଗରେ ଚାଲି ଯିବୁ!

ନନ୍ଦୁ କହିଲା, ତୁ କ’ଣ ସର୍ବଜ୍ଞ ! ତୁ ଯାହା କହି ଦେବୁ ସେଇଆ ହେଇଯିବ ! ତୁ କେମିତି ଜାଣିଲୁ ?

ଚନ୍ଦୁ କହିଲା- ତୁ ପରା ନିଜେ କହିଲୁ, ମିଛ ନ କହିଲେ, ତୋ ପେଟ ଫୁଲାଏ ! ତା’ର ଅର୍ଥ ତତେ ସତ କହିବାକୁ ଭଲ ଲାଗେନା, ହେଲେ ପୁରା ଲାଇଫ ସାରା ମିଛ କହି, ମିଛ ଆଶ୍ୱାସନା ଦେବା ଠୁଁ ଭଲ ଗୋଟେ ଦିନ ସତ କହି ସବୁଦିନ ପାଇଁ ପ୍ରିୟ ହେଇରହିବା।

କାରଣ ଦିନେ ନା ଦିନେ ତୁ କହିଥିବା ମିଛ ନିଶ୍ଚୟ ଧରା ପଡ଼ିଯିବ, ସତ ସାମ୍ନାକୁ ଆସିବ! ଆଉ ସେତେବେଳେ ସେଇ ସଂପର୍କର ମୂଲ୍ୟକିଛି ନଥିବ ! ଦେଖିବୁ ତୁ ଏଇ କଥା ଭାବିଭାବି ତୋର ପେଟ ଫୁଲେଇବ, ତୁ ପେଟ ଫୁଲା ରୋଗରେ ଦିନେ ମରିଯିବୁ।

ନନ୍ଦୁ କହିଲା- ସାଙ୍ଗ ତୁ ସତ କଥା କହିଛୁ, ମୁଁ ଆଉ ମିଛ କହିବିନି।
ଚନ୍ଦୁ ଆଉକିଛି ନକହି ଚୁପ୍ ରହିଲା।

Comments (0)
Add Comment