ପଦ୍ମପୁର ଉପଖଣ୍ଡ ଘନାମାଲ ଗ୍ରାମର ଏକ ପରିବାର ର କରୁଣ ଦୃଶ୍ୟ, ପାଞ୍ଚ ଦିନ ତଳେ 36 ବର୍ଷର ପୁଅର କରୋନାରେ ମୃତ୍ୟୁ ହୋଇଥିଲା, ଏବେ ବାପା ସତ୍ୟାନନ୍ଦଙ୍କର ମଧ୍ୟ କରୋନାରେ ଚାଲିଗଲା ଜୀବନ । ଘରେ ସତ୍ୟାନନ୍ଦଙ୍କ ଝିଅ ଏବଂ ସ୍ତ୍ରୀ ଉଭୟେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ । ଜଣଙ୍କର ନିଶ୍ୱାସ ନେବାରେ କଷ୍ଟକର ହେଉଥିବା ବେଳେ ଅନ୍ୟ ଜଣେ ମହିଳା ଘରର ଦୁଇ ମୁରବୀ ଙ୍କୁ ହରାଇ କାନ୍ଦି କାନ୍ଦି ବେହୋସ ହୋଇ ପଡିଛନ୍ତି। ନାଁ ଗ୍ରାମବାସୀ ପାଖ ମାଡୁଛନ୍ତି ନାଁ ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନ। ଗତକାଲି ରାତିରୁ ପ୍ରାଣ ହରାଇ ପ୍ରାୟ 24 ଘଣ୍ଟା ହେଲା ଖଟରେ ପଡ଼ିରହିଛି ମୃତ ସତ୍ୟାନନ୍ଦ ଙ୍କର ଶବ। ଖବର ପାଇ ସଂକଲ୍ପ ପରିବାର ଏବଂ “ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍”(WOYM)ର ସଦସ୍ୟ ବରଗଡ଼ରୁ ଘନାମାଲ କୁ ପହଞ୍ଚିଲେ ଏବଂ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଶବବାହକ ଗାଡ଼ି ପାଇଁ ଫୋନ କଲେ, ଉପଜିଲ୍ଲାପାଳ ନିଜେ ହୋମ କୋରାଣ୍ଟାଇନ ରେ ଅଛି BDO ଙ୍କୁ କୁହନ୍ତୁ ବୋଲି କହିଲେ, BDO ସ୍ଥାନୀୟ GPO ଙ୍କୁ ଏବଂ GPO ସରପଞ୍ଚଙ୍କୁ ଦାୟିତ୍ୱ ଦେଇ ସମସ୍ତେ ନିଜ ନିଜର ଦାଇତ୍ୱ ଶେଷ କରିଦେଲେ।
ଘରେ କୋଭିଡ଼ ରୋଗରେ ଦୁଇ ଜଣଙ୍କର ଜୀବନ ଗଲାଣି ଏବଂ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ନାଁ ପ୍ରଶାସନ ତତ୍ପରତା ଦେଖାଇଲା ନାଁ ଶବ ସତ୍କାର ପାଇଁ ଆଗେଇଲା। ଏପରିକି ବରଗଡ଼ରୁ ଆସି ସାହାଯ୍ୟର ହାତ ବଢ଼ାଇଥିବା ଦୁଇ ସମାଜସେବୀ ସଙ୍ଗଠନ କୁ କୌଣସି ପ୍ରକାରର ସହଯୋଗ କଲେନାହିଁ ପଦ୍ମପୁର ର ନିକମ୍ମା ପ୍ରଶାସନିକ ଅଧିକାରୀ ମାନେ । ଶେଷରେ ବରଗଡ଼ CDMO ଙ୍କୁ ଫୋନ କରିବାରୁ ସେ ବରଗଡରୁ ଶବବାହକ ଗାଡ଼ି ପଠାଇବାର ବ୍ୟବସ୍ଥା କରୁଛି କହିଥିଲେ। ଧନ୍ୟ ପଦ୍ମପୁର ସରକାରୀ କଲକୁ ଯଦି ଏବେଠାରୁ ପଦ୍ମପୁର ରେ ଏପରି ଅବସ୍ଥା ତେବେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବାକୁ ଯାଉଛି କେମିତି କରିବେ ପଦ୍ମପୁରବାସୀ ? କାହାକୁ ଭରଷା କରିବେ ?