ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି ଓ ସହାୟିକାଙ୍କ ବିକ୍ଷୋଭ ପ୍ରଦର୍ଶନ

ଦେବଗଡ଼ (କୋଶଲ ନ୍ୟୁଜ୍):- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ, ସହାୟିକା ମାନଙ୍କର ବିକ୍ଷୋଭ ପ୍ରଦର୍ଶନ ସହ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ। ସୂଚନା ଯେ, ଆଜି ଭାରତୀୟ ମଜଦୂର ସଂଘ ନେତୃତ୍ବରେ ଜିଲ୍ଲାର ଅଙ୍ଗନୱାଡି କର୍ମୀ, ଏବଂ ସହାୟିକା ମାନେ ବିଭିନ୍ନ ଦାବି ନେଇ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ମୁଖ୍ୟତଃ ଦଶ ଦଫା ଦାବିକୁ ପୂରଣ ପାଇଁ ଦାବି କରିଥିଲେ।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦଶ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ମୁଖ୍ୟତଃ ଦାବି ହେଉଛି ସ୍ଥାୟୀ ନିଯୁକ୍ତି, ସାମାଜିକ ସୁରକ୍ଷା, ମାସିକ ଅଠର ହଜାର ଟଙ୍କା ଦରମା, ଶିକ୍ଷାଗତ ଯୋଗ୍ୟତା ଅନୁଯାଇ ପଦୋନ୍ନତି, ଅବସର କାଳୀନ ପାଞ୍ଚ ଲକ୍ଷ ଟଙ୍କା, ମାସିକ ପେନସନ ପାଞ୍ଚ ହଜାର ଟଙ୍କା ଦେବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୁରଣ ନହେଲେ ରାଜ ରାସ୍ତା କୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

Comments (0)
Add Comment