ଡାବୁଗାଁ (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଚାରିଛକ ରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ତଥା ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ମଙ୍ଗଳବାର ଆରମ୍ଭ ହୋଇଛି । ଏଥିରେ ଡାବୁଗାଁ ବ୍ଲକର ସଦରମହକୁମା ସ୍ଥିତ ଚାରିଛକ ନିକଟରେ ଡାବୁଗାଁ ବ୍ଲକ ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ମାନେ ଧାରଣାରେ ବସିଛନ୍ତି । ଏଥିରେ ବ୍ଲକ ସଂଘ ସଭାପତି ସନ୍ତୋଷ ଭତ୍ରା, ଉପସସଭାପତି ପି. ଭୈରବ ରାଓ, ସମ୍ପାଦକ ଅକ୍ଷୟ କୁମାର ପାଢୀ, ଯୁଗ୍ମ ସମ୍ପାଦକ ତ୍ରିନାଥ ଷଡଙ୍ଗୀ, କୋଷାଧ୍ୟକ୍ଷ ଡମ୍ବରୁଧର ନାୟକ, ଉପଦେଷ୍ଟା ଉତ୍ତମ ପ୍ରଧାନ ଓ ୫୦ ରୁ ଊର୍ଦ୍ଧ୍ଵ ଡ୍ରାଇଭର ମାନେ ଧାରଣାରେ ବସିଛନ୍ତି ।
ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)