ଅଲ୍ ଓଡିଶା ଅଙ୍ଗନୱାଡ଼ି ଆସୋସିଏସନ୍ ପକ୍ଷରୁ ଦାବିପତ୍ର

ଦେବଗଡ଼(କୋଶଲ ନ୍ୟୁଜ୍):- ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ସଂଘ ପକ୍ଷରୁ ରିଆମାଳ ବ୍ଲକ ସମ୍ପାଦିକା ରଶ୍ମିତା ପୃଷ୍ଟି ଓ ବ୍ଲକ ସଭାନେତ୍ରୀ ସଂଯୁକ୍ତା ସାହୁଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନୱାଡ଼ି କର୍ମୀ ଯୋଗଦେଇ ରିଆମାଳ ସିଡ଼ିପିଓ ସୁପ୍ରଭା ମିଶ୍ରଙ୍କୁ ସାକ୍ଷାତ୍ କରି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ୧୯୭୫ ମସିହା ଅକ୍ଟୋବର ମାସ ୨ତାରିଖରେ ସମ୍ମନିତ ଶିଶୁ ବିକାଶ ଯୋଜନାରେ ୨ଟି ସେବା ୫ଟି ଉଦ୍ଦେଶ୍ୟରେ କାମ କରିବା ପାଇଁ ନିଯୁକ୍ତି ଦିଆଯାଇଥିଲା। ଯାହା ଫଳରେ ରାଜ୍ୟରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ରୋକିବା, ବିଦ୍ୟାଳୟରେ ଉପସ୍ଥାପନ ହାରକୁ ବା ମହିଳାମାନଙ୍କୁ ସଚେତନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଏହାର ପରବର୍ତୀ ସମୟରେ ଆହୁରି ଅନେକ କାମ ସରକାରଙ୍କ ଦ୍ଵାରା ଆମ ଉପରେ ଲୋଦି ଦିଆଯାଉଥିଲା। ଯାହାକୁ ଠିକ୍ ରୂପେ କରିବା ସମ୍ଭବ ହେଉନଥିଲେ ମଧ୍ୟ ସମାଜର ତଥା ତକସ୍ତର ଲୋକମାନଙ୍କର ବିକାଶ ପାଇଁ ଆମ୍ଭେମାନେ ସେହି କାମକୁ ସ୍ଵଚାର ରୂପେ ତୁଲାଇବାକୁ ଚେଷ୍ଟା କରୁଛୁ । ୨୦୦୮ ମସିହାରେ ସ୍ଵାସ୍ଥ୍ୟ ବିଭାଗର ଗାଁ କଲ୍ୟାଣ ସମିତି କାମ ଆମକୁ ଦିଆଯାଇଥିଲା। ସେତେବେଳେ “ଅ” କେନ୍ଦ୍ରରେ ଆଜି ପରି ବହୁତ କାମ ନଥିଲେ ମଧ୍ୟ ବର୍ତ୍ତମାନ କାମ ସହିତ ଅଫ ଲାଇନ କାମ କରିବାକୁ ପଡୁଛି। ଅମର ଦୈନିକ ୧୧ଟି ରେଜିଷ୍ଟର ପୂରଣ କରିବା ସହିତ ଆହୁରି ୨୩ଟି ରେଜିଷ୍ଟର ପୂରଣ କରିବାକୁ ପଡୁଛି। ତେଣୁ ମୋଟ ୩୪ଟି ରେଜିଷ୍ଟର ପୂରଣ କରିବାକୁ ପଡୁଛି। ପ୍ରତିମାସରେ ଆହୁରି ଅନେକ ବିଭାଗର କାମ ମଧ୍ୟ ଆମ ଉପରେ ଲୋଦି ଦିଆଯାଉଛି। ତେବେ ସ୍ଵାସ୍ଥ୍ୟ ବିଭାଗର ଆଶାକର୍ମୀମାନେ ନିଯୁକ୍ତି ପାଇସାରିଛନ୍ତି। ତେଣୁ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ଏହି କାମ ଦିଆଗଲେ ସେମାନେ ଠିକ୍ ଭାବରେ ଗାଁ କଲ୍ୟାଣ କାମ କରିପାରିବେ ଏବଂ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବ। ଆମ୍ଭ ମାନଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ଥିବା ଯୋଗୁଁ ଆମ୍ଭେମାନେ ଏ କାମ କରିବା ଦ୍ୱାରା ମୂଳ ଲକ୍ଷରୁ( ଯାହା ପାଇଁ ଆମେ ନିଯୁକ୍ତି ପାଇଛୁ) ସେ କାମରୁ ବିଚ୍ୟୁତ ହେଉଅଛୁ। ଆମ୍ଭେମାନେ ଆମ କାର୍ଯ୍ୟ ସଠିକ୍ ରୂପେ କରିପାରୁ ନାହିଁ। ତେଣୁ ଆମ୍ଭମାନଙ୍କୁ ଆମ କାର୍ଯ୍ୟ କରିବାରେ ସାହାଯ୍ୟ କରନ୍ତୁ। ଏସପର୍କରେ ପୂର୍ବରୁ ଲିଖିତ ଆକାରରେ ଜଣାଇଥିଲେ।କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସୁଫଳ ପାଇ ପାରିଲେନାହିଁ। ତେଣୁ ପୁନର୍ବାର ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

Comments (0)
Add Comment