କରଲଗା ଛକରେ ନୂତନ ATM ଉଦଘାଟିତ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ଛକରେ ଏକ ନୂତନ ATM ଆଜି ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ପରିଚାଳକ ହୃଦାନନ୍ଦ ନାୟକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଲଳିତ ମହନ ପ୍ରଧାନ, କରଲଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ବେହେରା ଏବଂ ବିନୋଦ ବିହାରୀ ମହାନ୍ତି ଓ ସୁନିଲ୍ ସେଠୀ ଉପସ୍ଥିତ ରହିଥିଲେ।

ଏହି ଅଞ୍ଚଳରେ ଏଟିଏମ୍ ଖୋଲିବା ଖବର ପାଇ ଅଞ୍ଚଳରେ ଖୁସି ଲହରୀ ଖେଳିଯାଇଛି। କାରଣ ଏହି ଅଞ୍ଚଳରେ ପାଖାପାଖି ୨୦ କିଲୋମିଟର ମଧ୍ୟରେ କୈାଣସି ଗୋଟିଏ ମଧ୍ୟ ATM ମେସିନ ନଥିବାରୁ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ସମସ୍ତ ଜନସାଧାରଣ ବହୁ ଅସୁବିଧା ପାଉଥିଲେ। 

Comments (0)
Add Comment