ଡାବୁଗାଁ ଠାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର (କୋଶଲ ନ୍ୟୁଜ୍):-ଡାବୁଗାଁ ବ୍ଳକର ୮ଟି ୮ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ନବ ଭାରତ ସାକ୍ଷର ରତା କାର୍ଯ୍ୟକ୍ରମ ଉଲ୍ଲାସ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ନିରକ୍ଷରମାନେ ଏଥିରେ ଭାଗ ନେଇ ୨ ଘଣ୍ଟା ପରୀକ୍ଷା ଦେଇଥିଲେ । ସର୍ବମୋଟ ୨୬୧୧ ଜଣ ପରୀକ୍ଷା ଦେଇଥିବା ଦେଇ ବେଳେ ପୁରୁଷ ୭୪୧ ଓ ମହିଳା ୧୭୭୦ ଜଣ ଭାଗ ନେଇଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ସାମାଜିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଲ୍ଲାସ ମାଧ୍ୟମରେ ନିରକ୍ଷରମାନଙ୍କୁ ଚିହ୍ନଟ କରି ସେମାନ ସମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ରହିଛି। ବିଶେଷ କରି ଲେଖିବା ଓ ପଢ଼ିବା ଉପରେ ଗୁରୁତ୍ବ ଦିଆଯାଇଛି। ଡାବୁଗାଁ ଏକ୍ସବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଯୋଗଦେଇଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ବନଲତା ମହାନ୍ତି ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଏବିଇଓ ଭଗବାନ ମାଝୀ, ସନ୍ତୋଷ କୁମାର ସାହୁ, ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନାରେ ସ‌ହଯୋଗ କରିଥିଲେ।

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments (0)
Add Comment