ମିଥ୍ୟା ଭିଡିଓ ଭାଇରାଲ କରାଇବା ସମନ୍ଧେ ଥାନାରେ ଏତଲା ଦେଲେ:ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ

ଡାବୁଗାଁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡୁମୁଣିଗୁଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇ.ସରୋଜିନୀ ଡାବୁଗାଁ ଲୁଗା ଦୋକାନୀ ଦୁଇଜଣ ଙ୍କ ନାମରେ ତା ୧୭/୪ ରେ ଏତଲା ଦେଇଥିବା ଥାନା କେଶ ନଂ ୭୬/୨୦୨୧ ରୁ ଜଣା ପଡିଛି। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପୋଷାକ ଓ ଜୋତା କିଣିବା ପାଇଁ ଜବର୍ଦସ୍ତି ଧମକ ଦେଇ ମିଥ୍ୟା ଭିଡିଓ ଭାଇରାଲ କରାଇ ଅପମାନ କରାଇବା ସମନ୍ଧେ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ଉକ୍ତ ଏତଲା ଅନୁସାରେ ” ଦୁଇ ଭାଇ ମୁ କାର୍ଯ୍ୟ ରତ ଥିବା ସମୟରେ ବିଦ୍ୟାଳୟ କୁ ଆସି ଆମ ଦୋକାନରୁ ପିଲମାନଙ୍କ ପାଇଁ ପୋଷାକ ଓ ଜୋତା ନେବା ପାଇଁ କହିଥିଲେ।ଯେଉଁ ଦୋକାନରେ ଭଲ ପୋଷାକ ମିଳିବ ସେଠାରୁ ଆଣିବି ବୋଲି କହିବାରୁ ଦୁଇ ଭାଇ ରାଗି ଯାଇ ଠିକ ଅଛି ତୋତେ ଆମେ ଦେଖିଦେବୁ ଧମକ ଦେଇ ବିଦ୍ୟାଳୟ ରୁ ପଳାଇ ଯାଇଥିଲେ।ତାର ଦୁଇ ଦିନ ପରେ ସମ୍ବାଦ ଦୈନିକ ଖବରଟେ କାଗଜ ରେ ସତ ମିଛ ମୋ ନାମରେ ବାହାର କରି ଦେଇଥିଲେ। ୨୦୧୯-୨୦ ପୋଷାକ ବାଣ୍ଟିବା ପାଇଁ ଆମକୁ ଆଦେଶ ହେଵାର ଖଵର ଶୁଣି ତା୧୨/୨/୨୧ ଶୁକ୍ରବାର ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ମୁଁ ବିଦ୍ୟାଳୟ ରୁ ଘରକୁ ଫେରୁଥିବା ସମୟରେ ଡୁମୁଣିଗୁଡା ଜଙ୍ଗଲ ନିକଟରେ ଲୁଗା ଦୋକାନ ର୍ ଜଣେ ଭାଇ ମୋଟର ସାଇକେଲ ରଖି ମୋତେ ଜୋର ଜବରଦସ୍ତି ଧମକ ଦେଇ ମୋ ଦୋକାନରୁ ପିଲାମାନଙ୍କ ପାଇଁ ପୋଷାକ ନେବୁ କି ନାହିଁ ବୋଲି ପାଟି କରି କହିଲା।ମୁ ତାକୁ ବୁଝାଇ କମିଟି ସହ କଥା ବାର୍ତା ହୋଇ ଜଣାଇବି ବୋଲି କହିବାରୁ ସେ ରାଗି ଯାଇ ତୋତେ ଦେଖିବି ବୋଲି କହି ପଳାଇଗଲା।ପରେ ଡୁମୁଣିଗୁଡା ଯାଇ ବିଦ୍ୟଲୟ୍ ସଭାପତି ସହିତ ଦୁଇ ତିନି ଜଣ ସଭ୍ୟ ଙ୍କୁ ଟଙ୍କାଦେବି ବୋଲି ଲାଳସା ଦେଖାଇ ତାଙ୍କୁ ଡାକି ତାଙ୍କ ହାତରେ ପୋଷାକ ଓ ଜୋତା ପଠାଇ ଦେଲା।ପୋଷାକ ବାବଦ କୁ ମୋ ଠାରୁ ଚେକ ନେବା ପାଇଁ ସିଖାବତା କରାଇଲା।ବିଦ୍ୟାଳୟ କମିଟିର ଦୁଇ ତିନି ଜଣ ସଭ୍ୟ ମୋତେ ଟଙ୍କା ର ଚେକ ମାଗି ବାରୁ ମୁ ନିଜେ ଦୋକାନରେ ଚେକ ଦେବି ବୋଲି କହି ଥିଲି।ଲୁଗା ଦୋକାନୀ ମୋତେ ଫୋନ କରିବାରୁ ସଭପତିଙ୍କ୍ ହାତରେ ଚେକ ଦେଇ ଥିଲି।ମୋ ଘର ପରିବାର ଲୋକ ଙ୍କ ପାଇଁ ଲୁଗା ପଟା ଆଣିବା ପାଇଁ ସେହି ଲୁଗା ଦୋକାନ କୁ ଯାଇ ଥିଲି।

ଉକ୍ତ ଦୋକାନରେ ଚାରି ପାଞ୍ଚ ଜଣ ବ୍ୟକ୍ତି ଥିଲେ,ମୁଁ ଚେକ ପାଇଲ କି ନାହିଁ ପଚାରି ମୋତେ ୧୫ ହଜାର ଟଙ୍କା ର ଲୁଗା ଦରକାର ବୋଲି କହି ଉଧାର ମାଗିଲି।ସେହି ସମୟ ରେ ସେଠାରେ ଥିବା ୩ ଜଣ ନବରଙ୍ଗପୁର ଜିଲ୍ଲାର ସାମ୍ବାଦିକ ପରିଚୟ ଦେଇ କହିଲେ ଆମ ଖର୍ଚ୍ଚ ଦେବ କି ନାହି ନ ହେଲେ ଅସୁବିଧାରେ ପଡିବ ବୋଲି ଧମକ ଦେଇଥିଲେ।ମୁଁ କଣ ପାଇଁ ଟଙ୍କା ଦେବି ବୋଲି କହିବାରୁ ସେମାନେ ରାଗି ଯାଇ ତୁମ କଥା ଆମେ ବୁଝିବୁ ବୋଲି କହି ଭୟ ଦେଖାଇ ପଳାଇ ଯାଇ ଥିଲେ। ଏବେ ମିଥ୍ୟା ଖବର ମୋବାଇଲ ରେ ଭାଇରାଲ କରାଇ ଟି ଭି ଚେନାଲ ରେ ପ୍ରଚାର କରି ମୋତେ ଲଜ୍ୟା ଓ ଅପମାନ କରାଇ ଅଛନ୍ତି।ଏ ନେଇ ଉକ୍ତ ଜଙ୍ଗଲ ରାସ୍ତାରେ ବିଦ୍ୟାଳୟ କୁ ଯିବାକୁ ଭୟ ହେଉଛି,ଯେହେତୁ ମୁଁ ଜଣେ ମହିଳା ସବୁବେଳେ ଯିବା ଆସିବା କରୁଛି ଉକ୍ତ ଲୁଗା ବ୍ୟବସାୟୀ ତାଙ୍କ ସାଙ୍ଗ ସାଥି ଙ୍କୁ ହାତ କରି ମୋତେ ରାସ୍ତା ଘାଟରେ ବିପଦ ଘଟାଇ ପାରନ୍ତି,ଏଇ ଭୟରେ ମୋ ଜୀବନ ପ୍ରତି ଭୟ ଥିବାରୁ ମୁଁ ଥାନା ର ଆଶ୍ରୟ ନେବାକୁ ବାଧ୍ୟ ହେଲି” ।ପ୍ରକାଶ ଥାଉ କି ନବରଙ୍ଗପୁର ସାମ୍ବାଦିକ ମୋ ଘରକୁ ଆସି ଟଙ୍କା ମାଗି ଧମକ ଦେଇ ଯାଇଛନ୍ତି।ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରି ନିଜେ ଲେଖି ଏଭଳି ଏତଲା ଥାନାରେ ଦେଇ ଛନ୍ତି।ତଦନ୍ତ ଜାରି ରହିଥିବା ବେଳେ ନ୍ୟାୟ ଦେଖିବାକୁ ବାକି ରହିଲା।

Comments (0)
Add Comment