NREGS ଯୋଜନା ରେ ଆସୁଥିବା କୋଟି କୋଟି ଟଙ୍କା ବାଟମାରଣା

କେନ୍ଦ୍ରସରକାର ଙ୍କ NREGS ଯୋଜନା ରେ ଆସୁଥିବା କୋଟି କୋଟି ଟଙ୍କାକୁ କିଭଳି ସ୍ଥାନୀୟ ବିଡ଼ିଓ,ଜେଇ ଏବଂ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ରେ ହରିଲୁଟ୍ କରାଯାଉଛି ।ତହାର ଏକ ଜଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ଆଟିଗାଁ ଗ୍ରାମ ପଞ୍ଚାୟତ ର ଡଙ୍ଗାବେଡ଼ା ଟା ରେ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ବର୍ତ୍ତମାନJCB ମେସିନ ଲଗାଇ ରାତାରାତି NREGS କାର୍ଯ୍ୟକରି ସରକାରୀ ବାବୁ ଓ ଠିକାଦାର ମାଲାମାଲ୍ ହେଉଥିବା ଦେଖିବାକୁ ମିଳିଛି, ଯାହା ଫଳରେ ଅଞ୍ଚଳର ଶ୍ରମିକ ମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି ।

। ରାଜ୍ୟ ସରକାର ST ଏବଂ ମୋ ସରକାର ଯୋଜନା ନାମରେ ଡିଣ୍ଡିମ ପିଟୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ର କୂମ୍ଭକର୍ଣ୍ଣ ନିଦ୍ରା କେବେ ଭଙ୍ଗ ହେବ ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ସତ୍ୟାସତ୍ୟ ଘଟଣା ଅନୁସନ୍ଧାନ କରି ତୁରନ୍ତ ବିହିତ କାର୍ଯ୍ୟନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ମହାଶୟ ଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ ଦାବି ହେଉଛି ।

Comments (0)
Add Comment