ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୪ ବର୍ଷର ନାବାଳିକା ମା ’ ହୋଇଛି । ଡାକ୍ତରଖାନାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛି । ତେବେ ଘଟଣାର ଦୀର୍ଘଦିନ ପରେ ପରିବାର ଲୋକେ କେହିହେଲେ ଲୋକଲଜ୍ୟାକୁ ଡରି ମୁହଁ ଖୋଲି ନ ଥିଲେ । ନାବାଳିକା ମଧ୍ୟ ହତ୍ୟା ଧମକ ପାଇ ଭୟରେ ମୁହଁ ଖୋଲି ନ ଥିଲା । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସକ୍ଷୀ କେନ୍ଦ୍ରରେ ପରିବାର ଲୋକେ ଗର୍ଭବତୀ ନାବାଳିକାକୁ ଭର୍ତ୍ତି କରିବା ପରେ ପ୍ରକୃତ ଘଟଣା ପଦାକୁ ଆସି ଯାଇଥିଲା । ବୁଧବାର ଦିନ ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା । ଦୀର୍ଘଦିନର ସକ୍ଷୀ ( ଔନ୍ ଷ୍ଟପ୍ ସେଣ୍ଟର ) ପକ୍ଷରୁ କାଉନସେଲିଂ ପରେ ନାବାଳିକା ଓ ପରିବାର ବହୁ କଷ୍ଟରେ ମୁହଁ ଖୋଲିଥିଲେ । ନାବାଳିକାକୁ ନ୍ୟାୟ ପ୍ରଦାନ ପାଇଁ ନବରଙ୍ଗପୁର ପୁଲିସର ସହାୟତା ନିଆଯାଇଥିଲା ବୋଲି ସଖୀ ।କେନ୍ଦ୍ରର ପରିଚାଳିକା ରଞ୍ଜିତା ସାହୁ କହିଛନ୍ତି । ନବରଙ୍ଗପୁର ପୁଲିସ୍ ସହାୟତାରେ ରାଇଘର ପୁଲିସ୍ ପରିବାର ଲୋକଙ୍କ ଏତଲା ଆଧାରରେ ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକକୁ ଗିରଫ କରିଛି । ନବଜାତ ଶିଶୁ କନ୍ୟାକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି । ନାବଳିକାର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସକ୍ଷୀ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି , ପରିବାର ଲୋକେ ନାବାଳିକା ଗର୍ଭବତୀ ହେବା ପାଇଁ ଜଣଙ୍କୁ ଦାୟୀ କରିଛନ୍ତି । ଘରେ କେହି ନ ଥିବାର ସୁଯୋଗ ନେଇ ନବଳିକା ଝିଅକୁ ସେମାନେ ଭେଟୁଥିଲେ ବୋଲି ଦର୍ଶାଇ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରଯାଇଛି । ଅନ୍ୟପକ୍ଷରେ ଡିଏନ୍ଏ । ପରୀକ୍ଷା ପରେ ଶିଶୁ କନ୍ୟାର ପ୍ରକୃତ ବାପା କିଏ ଜଣାପଡ଼ିବ ବୋଲି ସେ କହିଛନ୍ତି । ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ।