ନବବଧୁ କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନବରଙ୍ଗପୁର :- ପୁଣି ଯୌତୁକ ନିର୍ଯାତନା ଜୁଇରେ ଜଳିବେ ଆଉ ଜଣେ ନବବଧୁ । ଯୌତୁକ ନିର୍ଯ୍ୟାତନା ଯୋଗୁଁ ପ୍ରାଣହାରିଲେ ନବବଧୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣା ସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ନଣନ୍ଦ , ଶାଶୁ ଏବଂ ଭଣଜା ଙ୍କ ନାଁରେ ଆଣିଲେ ହତ୍ୟା ଅଭିଯୋଗ । ତଣ୍ଟି ଚିପି ହତ୍ୟା ପରେ ଟାଙ୍ଗୀ ଦେଇଥିବା ଅଭିଯୋଗ । ଅଭିଯୋଗଆଣିଲେ ମୃତକ ଙ୍କ ପରିବାର ଲୋକେ ।

ଅଭିଯୋଗ ଅନୁସାରେ ମାଲକାନଗିରି କେନାଲ କୋଲନୀ ର ଗୀତା ସେଠି ଗତ ସାତ ମାସ ତଳେ ପାପଡାହାଣ୍ଡି ଭିମା ସାହିର ସୁଦାମ ସେଠି ଙ୍କୁ ବିବାହ କରିଥିଲେ l ସୁଦାମ ସେଠି ପେଷାରେ ଜଣେ ଶିକ୍ଷକ । ତେବେ ବିବାହ ସମୟ ରେ ସୁଦାମ ଙ୍କ ପରିବାର ତରଫରୁ ଯୌତୁକ ଦାବି କରାଯାଇଥିଲା । ତେବେ ଗୀତା ଜଣେ ବାପ ଛେଉଣ୍ଡ ଝିଅ ହୋଇଥିବାରୁ ତାଙ୍କ ମା ନିଜ ଯଥା ସାଧ୍ୟ ଯୌତୁକ ପ୍ରଦାନ କରିଥିଲେ । ତେବେ ଘଟଣା କୁ ନେଇ ପ୍ରତ୍ୟେକ ଦିନ ଗୀତା ଙ୍କୁ ଶ୍ବଶୁର ଙ୍କ ପରିବାର ଲୋକେ ନିର୍ଯ୍ୟାତନା ଦେଇ ଯୌତୁକ ଆଣିବା ପାଇଁ କହୁଥିଲେ । ଯାହାକୁ ନେଇ ସାତ ମାସ ଦେଇ ଗୀତାକୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଅଭଯୋଗ କରିଛନ୍ତି । ଗତକାଲି ମଧ୍ୟାହ୍ନ ରେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଗୀତାଙ୍କୁ ସ୍ୱାମୀ ଦେଖି ତୁରନ୍ତ ମେଡିକାଲ ନେଇଥିଲେ । କିନ୍ତୁ ମେଡିକାଲ ନେବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିବା ଡକ୍ଟର କହିଛନ୍ତି । ଆଜି ଗୀତା ଙ୍କ ପରିବାର ଲୋକେ ଥାନାରେ ଆସି ଗୀତାକୁ ତଣ୍ଟି ଚିପି ହତ୍ୟା କରାଯାଇ ଟାଙ୍ଗାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି l ଶାଶୁ ଘରର ସମସ୍ତେ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ପାପଡାହାଣ୍ଡି ମେଡିକାଲ ରେ ଉଭୟ ପରିବାରଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା ।

ମୃତକ ଙ୍କ ପରିବାର ଙ୍କୁ ଭେଟି ଛନ୍ତି ମହିଳା ସମାଜସେବୀ କାଦମ୍ବିନୀ ତ୍ରିପାଠୀ । ଏବଂ ଫେରାର ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ଦାବି ସହ ଶିକ୍ଷକ ଥିବା ସ୍ୱାମୀ ଙ୍କୁ ଗିରଫ କରି ଚାକିରୀ ରୁ ବହିଷ୍କାର କରିବା ଦାବି ରେ ଶବ କୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା । ତେବେ ଘଟଣା ସ୍ଥଳ କୁ ପାପଡାହାଣ୍ଡି SDPO ଆଦିତ୍ୟ ସେନ ଏବଂ ଥାନା IIC ଦୀପକ ଜେନା ପହଞ୍ଚି ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଏକ ସପ୍ତାହ ର ସମୟ ମାଗିଥିଲେ । ଏବଂ ଏହି ସମୟ ଭିତରେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Comments (0)
Add Comment